ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ କଳାହାଣ୍ଡି ପଣ୍ଡରାମାଳି ସମାଜ ପକ୍ଷରୁ ଏକ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଠାରୁ ସହସ୍ରାଧିକ ପୁରୁଷ ମହିଳା ଲଙ୍କେଶ୍ୱରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ।

ପରେ ନୂଆଖାଇ ଭେଟଘାଟ ସଭାରେ ଜିଲ୍ଲା ସଭାପତି ଈଶ୍ୱର ପୁଝାରୀ, ସଭାପତିତ୍ବ କରିଥିବା ବେଳେ,ମୁଖ୍ୟ ଅତିଥି ନୀଳକଣ୍ଠ ବିଶି, ସମ୍ମାନିତ ଅତିଥି ଭାବେ ପ୍ରକାଶ ବଣିଆ, ଦୁର୍ଗା ନାଏକ,ଭବାନୀ ବାଣିଆ, ତୁଲେଶ୍ୱର ନାଏକ,କଲ୍ୟାଣି ନାଏକ,ହିମାଦ୍ରୀ ନାଏକ,ଦୁଷିଲା ନାଏକ,ନୀଳକଣ୍ଠ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ।

ସଭାରେ ବକ୍ତାମାନେ ସମାଜରୁ କୁସଂସ୍କାର ଦୂର କରିବା, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ସାଂସ୍କୃତିକ, ଓ ରାଜନୈତିକ ଦିଗରେ ଅଗ୍ରସର ହୋଇ ଏକ ସୁସଙ୍ଗଠିତ ପଣ୍ଡରାମାଳି ସମାଜ ଗଠନ କରିବାକୁ ଆହ୍ୱାନ ଦେଇଥିଲେ ।