କଳାହାଣ୍ଡି:( ରୁ ନରେନ୍ଦ୍ର ନେଗୀ)ଜୟପାଟଣା ସହର ଅନ୍ତର୍ଗତ ମହାବୀର ପଡ଼ା ଠାରେ ମାଆ ଗଜ ଲକ୍ଷ୍ମୀ ଙ୍କ ତ୍ରି ଦିନାତ୍ମକ ପୂଜା ଶ୍ରଦ୍ଧାଳୁ ଙ୍କ ଶ୍ରଦ୍ଧା ଭକ୍ତି ଓ ପ୍ରବଳ ସମାଗମ ମଧ୍ୟରେ ସଂପନ୍ନ ହୋଇ ଯାଇଛି|ମାଙ୍କ ପୂଜା ଷଷ୍ଠ ବର୍ଷରେ ପଦାର୍ପଣ କରିଥିବା ବେଳେ ଚଳିତ ବର୍ଷ ଗତ ଶୁକ୍ରବାର ଦିନ ଶତାଧିକ ମହିଳା ସୁସଜ୍ଜିତ ପଟୁଆର ରେ ବାହାରି ପୂର୍ଣ୍ଣ କଳସ ଆଣି ପୂଜା ସ୍ଥଳରେ ସ୍ଥାପନ କଲା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା|
ପରବର୍ତ୍ତୀ ତିନିଦିନ ଧରି ମାଆ ଙ୍କ ପୂଜା ଚାଲିଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ପୂଜା ସ୍ଥଳୀରେ ଉପସ୍ଥିତ ରହି ମାଆ ଙ୍କ ଆଶୀର୍ବାଦ ଭିକ୍ଷା କରି ଥିଲେ|ପ୍ରତ୍ୟହ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା|ନିୟମିତ ଭାବରେ ଘଣ୍ଟ ବାଦ୍ୟ, ସଙ୍କୀର୍ତ୍ତନ, ରାସ, ପ୍ରଦର୍ଶନ ହେଉଥିଲା|ଗତ ମଙ୍ଗଳବାର ସନ୍ଧ୍ୟାରେ ମାଆ ଙ୍କ ବିଗ୍ରହ ଏକ ବିଶାଳ ଶୋଭାଯାତ୍ରା ରେ ନଗର ପରିକ୍ରମା କଲା ପରେ ସ୍ଥାନୀୟ ପୁଷ୍କରିଣୀ ରେ ବିସର୍ଜିତ ହୋଇଥିଲେ|
କର୍ତ୍ତା ଭାବରେ ସ୍ଥାନୀୟ ଶଙ୍କର କୁମାର ଅଗ୍ରୱାଲ ସସ୍ତ୍ରିକ ସଂକଳ୍ପ ନେଇଥିବା ବେଳେ ହୃଷୀକେଶ ମୁଣ୍ଡ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ|ସ୍ଥାନୀୟ ଗଜ ଲକ୍ଷ୍ମୀ ପୂଜା ପାଳନ କମିଟି ର ସମସ୍ତ ସଦସ୍ୟ ଅହରହ ସମର୍ପିତ ଭାବରେ ଦାୟିତ୍ଵ ନିର୍ବାହ କରିଥିବାରୁ ଓ ନଗର ବାସି ଙ୍କ ପୂର୍ଣ୍ଣ ସହଯୋଗ ହେତୁ ସଭାପତି ଭିକାରୀ ଚରଣ ମିଶ୍ର ଓ ସମ୍ପାଦକ ସୁରଜ ଅଗ୍ରୱାଲ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି|