ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ଦିନିକିଆ ଗ୍ରସ୍ତରେ ରାଜ୍ୟ ବିଜେପି ଉପ ସଭାନେତ୍ରୀ ତଥା ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା,ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।ପ୍ରଥମେ ଜିଲ୍ଲାର ପୁରଣାକଟକ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କୁ ଦର୍ଶନ କରିଥିଲେ । ଏହାପରେ ବୌଦ୍ଧ ସର୍କିଟ ହାଉସରେ ପହଂଚି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ
ଅଗାମୀ ୨୦୨୪  ନିର୍ବାଚନ ଦୃଷ୍ଟିରେ ରଖି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।

ଏହା ସହିତ ୨୩  ବର୍ଷ ବିଜେଡି ଶାସନ ରେ ବୌଦ୍ଧ ଭଳି ଛୋଟ ଜିଲ୍ଲାରେ କର୍ମ ନିଯୁକ୍ତି ଅଭାବରୁ ଏଠାରୁ ପ୍ରତ୍ୟେକ ବର୍ଷ ରାଜ୍ୟ ବାହାର କୁ ହଜାର ହଜାର ସଂଖ୍ୟାରେ ଦାଦନ ଖଟିବାକୁ ଯାଉଥିବା ଅତ୍ୟନ୍ତ ଦୁଃଖଦ ବିଷୟ ସହିତ ଚାଷ ଉପରେ ନିର୍ଭର ଶିଳ ବୌଦ୍ଧ ଜିଲ୍ଲା ରେ ଜଳ ସେଚନ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ଯଦ୍ୱାରା ଚାଷ କାର୍ଯ୍ୟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି

ବୌଦ୍ଧ ରେ ଅଦ୍ୟାବଧି ଗୋଟିଏ ହେଲେ ସରକାରୀ ମହାବିଦ୍ୟାଳୟ, ସ୍ନାତକୋତ୍ତର ପଢ଼ିବାର ସୁବିଧା ନାହିଁ, ସେହିପରି ଗୋଟିଏ ହେଲେ ମହିଳା ମହାବିଦ୍ୟାଳୟ ଏପର୍ଯ୍ୟନ୍ତ କରାଯାଇ ନ ଥିବା ବିଜେଡି ୨୩ ବର୍ଷ ଶାସନ ର ଚରମ ବିଫଳତା। ଏହି ସାମ୍ବାଦିକ ସମ୍ମିଳନୀ ରେ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ମହିଳା ମୋର୍ଚ୍ଚା ସଭାନତ୍ରି ମୀନାରାଣୀ ମିଶ୍ର, ବରିଷ୍ଠ ବିଜେପି ନେତା ସଚ୍ଚିଦାନନ୍ଦ ଦଲାଲ, ଓ ଅନେକ ବିଜେପି ନେତା ଉପସ୍ଥିତ ଥିଲେ।ବିଭିନ୍ନ ସ୍ଥାନରେ ଶ୍ରୀମତୀ ଷଡ଼ଙ୍ଗୀ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ।