କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କକାହାଣ୍ଡି ବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସି ସ୍ଥାନୀୟ ସହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲର ଶୁଭ ଉଦଘାଟନ କରିଛନ୍ତି l ଏହା ସହ ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ମଧ୍ୟ ଶୁଭ ଉଦଘାଟନ କରି ପରିବହନ ଓ ପର୍ଯ୍ୟଟନ କ୍ଷେତ୍ରରେ ବିକାଶର ମାନ ଚିତ୍ରରେ ଆହୁରି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି l କେବଳ ଏତିକି ନୁହେଁ ଜିଲ୍ଲାର ଉନ୍ନତି ପାଇଁ ୯୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ତତ ସହିତ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟକୁ ମା ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ ନାମରେ ନାମିତ କରିଛନ୍ତି l ଯାହାକୁ ନେଇ ଜିଲ୍ଲାବାସି ବେଶ ଉତ୍ସାହିତ ଅଛନ୍ତି l
ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିମାନରେ ଆସି ଉତ୍କେଲା ବିମାନବନ୍ଦରରେ ଅବତରଣ କରିଥିଲେ l ସେଠାରୁ ହେଲିକେପ୍ଟର ଯୋଗେ ଆସି ଭବାନୀପାଟଣା ସହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ପରିସରରେ ନିର୍ମିତ ହେଲିପେଡ଼ରେ ଅବତରଣ କରିଥିଲେ l ୩୨୫ କୋଟି ଟଙ୍କା ବ୍ୟୟରେ ନବ ନିର୍ମିତ ସହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ କୁ ଶୁଭ ଉଦଘାଟନ କରିଥିଲେ l କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ଏଲ ମlଣ୍ଡବ୍ୟ ମଧ୍ୟ ଅଭାଷୀ ମାଧ୍ୟମରେ ଯୋଡି ହୋଇ ଉଦଘାଟନ କରିଥିଲେ l
ପରବର୍ତୀ ସମୟରେ ସ୍ଥାନୀୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପଡିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ l ମୁଖ୍ୟମନ୍ତ୍ରୀ ଜୟ ମା ମାଣିକେଶ୍ବରୀ ରୁ ତାଙ୍କ ଅଭିଭାଷଣ ଆରମ୍ଭ କରି ଥିଲେ l ଏହି ଅବସରରେ ଜିଲ୍ଲାବାସୀଙ୍କୁ କଳାହାଣ୍ଡି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଥିଲେ l ସି ଏମ ଓ ଙ୍କ ଜିଲ୍ଲା ଗସ୍ତ ସମୟରେ ଗ୍ରାମାଞ୍ଚଳକୁ ବସ ସୁବିଧା ନଥିବା ଜାଣି ଲକ୍ଷ୍ମୀ ବସ ଯୋଜନର ଆରମ୍ଭ କରିଥିବା ପ୍ରକାଶ କରିଥିଲେ l ଏହି ଅବସରରେ ଲକ୍ଷ୍ମୀ ବସ ଯୋଜନାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଲକ୍ଷ୍ମୀ ବସ ଯୋଜନା ଦ୍ୱାରା ଗାଁରୁ ସହର ଯୋଡି ହେବ l
ଛାତ୍ର ଛାତ୍ରୀ, ମହିଳା, କୃଷକ, ବ୍ୟବସାୟୀ ସମସ୍ତେ ସୁବିଧା ପାଇ ପାରିବେ ବୋଲି କହିଥିଲେ l କଳାହାଣ୍ଡି ଆଜି ନିଜ ଇତିହାସ ପରିବର୍ତନ କରିଛି l ସଫଳତାର କାହାଣୀ ଯୋଡ଼ିଛି l ବିକାଶର ଯାତ୍ରାରେ ଆଗକୁ ବଢିଛି l ସାରା ଦେଶକୁ ଚାଉଳ ଯୋଗାଉଛି ବୋଲି କହିଥିଲେ l ଇନ୍ଦ୍ରାବତୀ ପ୍ରକଳ୍ପ ବିକାଶର ଇଂଜିନ l ଏହି ପ୍ରକଳ୍ପ କଳାହାଣ୍ଡିର ଚେହେରାକୁ ଉଜ୍ଜଳ କରିଛି ବୋଲି କହିଥିଲେ l ଏହା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଖୁବ ଶୀଘ୍ର ଆରମ୍ଭ ହେବ ଏବଂ ଆମ ସଂସ୍କୃତି ଓ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ପ୍ରତ୍ୟେକ ପଂଚାୟତକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ l ଜିଲ୍ଲାପାଇଁ ୯୦୦ କୋଟିର ବିଭିନ୍ନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ୫ ଟି ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ସାଂସଦ ସୁଜିତ କୁମାର, ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ କଳାହାଣ୍ଡିର ସମସ୍ତ ବିଧାୟକ ଉପସ୍ଥିତ ଥିଲେ l ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟକୁ ମା ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ ଭାବେ ଘେଷଣା କରିଥିଲେ l ଏହା ପରେ ଲକ୍ଷ୍ମୀ ବସ ରେ ବସି ମୁଖ୍ୟମନ୍ତ୍ରୀ ବଳରାମପୁର ଯାଇଥିଲେ l ସେଠାରୁ ହେଲିକେପ୍ଟର ଯୋଗେ ଉତ୍କେଲା ବିମାନବନ୍ଦରକୁ ଯାଇଥିଲେ ଏବଂ ବିମାନ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଜନ ସାଧାରଣ, ଛାତ୍ର ଛାତ୍ରୀ, ମିଶନ ଶକ୍ତିର ମହିଳା ମାନେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ବିଜୁ ଜନତା ଦଳ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଦଳୀୟ କର୍ମକର୍ତ୍ତା ମାନେ ଦୁଇଦିନ ଆଗରୁ କଳାହାଣ୍ଡିରେ ପହଞ୍ଚି ବିଭିନ୍ନ କାର୍ଯ୍ୟ ଉପରେ ନଜର ରଖିଥିଲେ l ଜିଲ୍ଲା ବିଜେଡି ସଭାପତି ଏବଂ ଦଳୀୟ କର୍ମକର୍ତ୍ତା ମାନେ ପୁର୍ଣ ସହଯୋଗ କରିଥିଲେ l ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରୟାସ କରାଯାଇଥିଲା l ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l