ଢେଙ୍କାନାଳ:୨।୧୧: ଗତକାଲି ଅପର ହ୍ନରେ ଢେଙ୍କାନାଳ ସହରସ୍ଥ ଏକ ହୋଟେଲ୍ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ଦ୍ବାରା ଆହୁତ ଏକ ମହାମିଳନ, ଆବାହକ ରାଜ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଏହି ପରାକ୍ରମୀ ବୀର ଜାତିର ପୂର୍ବସୁରୀମାନଙ୍କ ସମ୍ମାନାର୍ଥେ ୧ ମିନିଟ୍ ନୀରବ ସ୍ମୃତି ଚାରଣ କରାଯାଇଥିଲା । ସମ୍ମିଳିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ପରେ ଅଧ୍ୟକ୍ଷଙ୍କ ଦ୍ବାରା ଆଭିମୁଖ୍ୟ ଓ ସ୍ୱାଗତ ଭାଷଣ ପ୍ରଦାନ କରାଯାଇଥିଲା

ପ୍ରାଚୀନ ଗୌରବାଜ୍ବଳ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ଖଣ୍ଡାୟତ କ୍ଷତ୍ରୀୟ ସମାଜର ତ୍ୟାଗ, ବୀରତ୍ଵ ଓ ବଳିଦାନ ସର୍ଣ୍ଣାକ୍ଷରରେ ଲିପିବଦ୍ଧ । ଏହି କୀର୍ତି ସମୂହକୁ ରୋମନ୍ଥନ କରି ଭବିଷ୍ୟତ ବଂଶଧରଙ୍କୁ ବିଶେଷ କରି ଯୁବବର୍ଗଙ୍କୁ ଅନୁପ୍ରାଣିତ କରିବା, ପରସ୍ପର ମଧ୍ୟରେ ସ୍ନେହ, ପ୍ରେମ, ଭାଇଚାରା ଓ ମୈତ୍ରୀଭାବ ସ୍ଥାପନ, ସତ୍ୟ, ଧର୍ମ, ନ୍ୟାୟ, ସେବା ଓ ତ୍ୟାଗ ପଥରେ ଅଗ୍ରସର ହୋଇ ଏକ ଆଦର୍ଶ ସମାଜ ଗଠନ କରିବା ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଅଧ୍ୟକ୍ଷ ଶ୍ରୀ ରାଜକିଶୋର ବେହେରା ପ୍ରକାଶ କରିଥିଲେ । ରାଜ୍ୟ ସଂଗଠନକୁ ତୃଣମୂଳ ସ୍ତରରେ ସଙ୍ଗଠିତ କରିବା ଓ ପାରିବାରିକ ବାତବରଣ ସୁଦୃଢ କରିବାକୁ ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇବାକୁ ନବୀନ ଚନ୍ଦ୍ର ନାରାୟଣ ଦାସ ଅନୁରୋଧ କରିଥିଲେ ।

ଏହି ରାଜ୍ୟ ସମ୍ମିଳନୀରେ ଖୋଦ୍ଧା, ନୟାଗଡ, ଦଶପଲ୍ଲା, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳ ଆଦି ୧୦ ଗୋଟି ଜିଲ୍ଲାର କ୍ଷତ୍ରୀୟ ଖଣ୍ଡାୟତ ପ୍ରତିନିଧି ଏବଂ ରାଜ୍ୟ ସ୍ତରୀୟ ସମସ୍ତ ଖଣ୍ଡାୟତ କ୍ଷତ୍ରୀୟ ସଂଗଠନର କର୍ମକର୍ତା ଯୋଗଦାନ କରି ଏକତା ସୂତ୍ରରେ ବାନ୍ଧି ହେବାକୁ ସଂକଳ୍ପ କରିଥିଲେ । ଓଡିଶା କ୍ଷତ୍ରୀୟ ଖଣ୍ଡାୟତ ସମାଜର ରାଜ୍ୟ ସଭାପତି ସରୋଜ ସିଂହ, ମହାସଚିବ ଗୋଲକ ବିହାରୀ ଦାସ, ନିଶୂଳ ଓଡିଶା କ୍ଷତ୍ରୀୟ ଖଣ୍ଡାୟତ, ପାଇକ, ଚଷା ମହାସଂଘର ରାଜ୍ୟ ସଭାପତି ପ୍ରମୋଦ ଧଳ, ସାଧାରଣ ସଂପାଦକ ରଜତ ବଳିଆର ସିଂହ, ଭୁବନେଶ୍ବରସ୍ଥିତ ଢେଙ୍କାନାଳ ସାଂସ୍କୃତିକ ପରିଷଦ ପକ୍ଷରୁ ଡ. କୃଷ୍ଣଚନ୍ଦ୍ର ଆଏଚ୍, ଅଲ୍‌ ଓଡିଶା କ୍ଷତ୍ରୀୟ ଖଣ୍ଡାୟତ କମ୍ୟୁନିଟ୍‌ର ରାଜ୍ୟ କର୍ମକର୍ତା ଜୀମୁତ ବାହାନ ସିଂହ, ଦିଲ୍ଲୀପ କୁମାର ପଢିଆର୍, ବିଶ୍ବଜିତ୍ ଆର୍ଜେନ୍ଦ୍ର ଜେନା, ନିଶୂଳ ଓଡିଶା ପାଇକ ମହାସଂଘର ରାଜ୍ୟ ସଂପାଦକ ରମେଶ ସାମଲ, ଅମିର ଚନ୍ଦ୍ର ରାଉତ, ଜିଲ୍ଲା ପାଇକ ମହାସଂଘର ସଭାପତି ହାପି ଗଡନାୟକ, ଉପଦେଷ୍ଟା ରତିକାନ୍ତ ଗଡନାୟକ, ଖଣ୍ଡାୟତ କ୍ଷତ୍ରୀୟ ମହାସଂଘ ପକ୍ଷରୁ ଡା. ତୁଷାରକାନ୍ତ ନାୟକ, ପ୍ରିୟବ୍ରତ ଗଡନାୟକ, ବାହାଦୂର ପାଟ୍ଟସାହାଣୀ, କୈଳାସ ଚନ୍ଦ୍ର ରାଉତ, ସ୍ମିତାରାଣୀ ସାମଲ, ସସ୍ମିତା ସାମଲ, ସତ୍ୟରଞ୍ଜନ ଭୂୟାଁ, ଅମିତ ଜ୍ୟୋତି ପ୍ରମୁଖ ଏହି ରାଜ୍ୟ ସମ୍ମିଳନୀରେ ନିଜସ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ଢେଙ୍କାନାଳ କାଣ୍ଡବିନ୍ଧାସୁ ମାଲଲୁହା କବାଟ ପାଇକ ଆଖଡା, ବଳରାମପୁରସ୍ଥିତ ବଳଦେବଜୀଉ ପାଇକ ଆଖଡା, ସିମିନଇସୁ ସଦ୍ଧି କାମେଶ୍ବରୀ ପାଇକ ଆଖଡା, ତିଳପଦାସ୍ଥ ମା’ ଦଶଭୂଜା ପାଇକ ବାହିନୀ, ଦୁଦୁରକୋଟସ୍ଥ ଜୟଦୁର୍ଗା ପାଇକ ସଂଘ, ହିନ୍ଦୋଳସ୍ଥ ଜଗତଜନନୀ ପାଇକ ସଂଘର ସଭାପତି ଓ କର୍ମକର୍ତାମାନେ ଉପସ୍ଥିତ ରହି ପାଇକ କ୍ରୀଡା କୌଶଳ, ସାମରିକ ଅଭ୍ୟାସ ନିମନ୍ତେ ସରକାରୀ ପ୍ରୋତ୍ସାହନ ଦାବୀ ଉପସ୍ଥାପନ କରିଥିଲେ । ଢେଙ୍କାନାଳ ରାଜ ପରିବାରର ସଦସ୍ୟ ରାଜୀବ ଲାଚନ ସିଂହଦେଓ ଏକ ଘତନ୍ତ୍ର ପାଇକ ରେଜିମେଟ୍ ସ୍ଥାପନ ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ କିଶୋର ବେହେରାଙ୍କ ଆବାହକତ୍ବରେ ଏକ ୨୧ଜଣିଆ କୋର୍ କମିଟି ସର୍ବ ସମ୍ମତି କ୍ରମେ ଗଠିତ ହୋଇଥିଲା ।

ପରବର୍ତୀ ସମୟରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ସଂଗଠନକୁ ସୁଦୃଢ କରିବାକୁ କାର୍ଯ୍ୟପନ୍ଥା ସ୍ଥିର କରାଯିବାକୁ ନିଷ୍ପତି ହେଲା। ଆସନ୍ତା ଡିସେମ୍ବର ମାସରେ ଓଡିଶାର ୩୦ ଜିଲ୍ଲାର ଖଣ୍ଡାୟତ କ୍ଷତ୍ରୀୟ ଭାଇଭଉଣୀମାନଙ୍କୁ ନେଇ ଏକ ରାଜ୍ୟ ସମ୍ମିଳନୀ ଢେଙ୍କାନାଳରେ ହେବାକୁ ସ୍ଥିର କରାଗଲା । ଏଥିରେ ସମଗ୍ର ଓଡିଶାରୁ ୫୦୦୦ ରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସ୍ତରୀୟ ସମ୍ମିଳନୀ ପରେ ସର୍ବ ଭାରତୀୟ ଖଣ୍ଡାୟତ କ୍ଷତ୍ରୀୟ ଜାତୀୟ ସମ୍ମିଳନୀ ଆସନ୍ତା ଫେବୃଆରୀ ମାସରେ କଟକ ବାଲିଯାତ୍ରା ପଡିଆରେ ହେବାକୁ ସ୍ଥିର କରାଯାଇଥିବାର ରାଜ୍ୟ ସଭାପତି ଘୋଷଣା କରିଥିଲେ । ପ୍ରିୟବ୍ରତ ଗଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।