
ଧର୍ମଗଡ 🙁 ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବୀନ ଓଡ଼ିଶା ଏବଂ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଭିଡିଓ କନଫରେନ୍ସ ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଛନ୍ତି।ଧର୍ମଗଡ ବ୍ଲକର ୨୪ଗୋଟି ଗ୍ରାମ ପଂଚାୟତର ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଟଙ୍କା ଲେଖାଏଁ ମୋଟ ୧୨କୋଟି ଟଙ୍କା ଖର୍ଚ୍ଚରେ ୩୫୮ଗୋଟି ପ୍ରକଳ୍ପ ନେଇ ମୋ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପଣ୍ଡିଆନ ଘୋଷଣା କରିଥିଲେ।
ଧଅରପୁର ସରପଞ୍ଚ ଗୌରୀ ସେଠିଆ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଧର୍ମଗଡ ବ୍ଲକ କୁ ୧୨ କୋଟି ଟଙ୍କା ର ଅନୁଦାନ ଯୋଗାଇ ଦେଇ ଥିବା ରୁ ସେ ଧର୍ମଗଡ ବ୍ଲକ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଫାଇଭ ଟି ଅଧ୍ୟକ୍ଷ ଙ୍କୁ ଭିଡ଼ିଓ କ ନଫରେନ୍ସ ମାଧ୍ୟମରେ କୃତଜ୍ଞତା ଜଣାଇ ଥିଲେ।
ଧର୍ମଗଡ ବିଡିଓ ହିମାଞ୍ଚଲ ମାଝିଙ୍କ ପ୍ରତ୍ୟକ୍ଷ ତତ୍ୟବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧର୍ମଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧି ମାନସ ବାଗ ଓ ସ୍ୱାଧୀନ ବାଗ, ଭାରପ୍ରାପ୍ତ ଉପଜିଲ୍ଲାପାଳ ଧର୍ମଗଡ ବିରଞ୍ଚି ନାରାୟଣ ଦରୱାନ ,ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋସି, ଧର୍ମ ଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଜୟ ସେନ ଧରୁଆ, ଧର୍ମଗଡ ବ୍ଲକ ଜିଲ୍ଲାପରିଷଦ ଗୋପୀ ନାଥ ମହାନନ୍ଦ, ଏନଏସି ଉପାଧ୍ୟକ୍ଷ। ମନିଶା ମିଶ୍ର, ପୂର୍ବତନ ନଗର ପାଳ ହୀରା ବାଗ ,ତହସିଲଦାର ସଞ୍ଜୟ କୁମାର ସାମନ୍ତ ରାୟ,ସମସ୍ତ ପଞ୍ଚାୟତ ସରପଞ୍ଚ ସମିତି ସଭ୍ୟାଓ ସଭ୍ୟ ,ସରକାରୀ କର୍ମଚାରୀ, ମିଶନ ଶକ୍ତି ମହିଳା ଓ ଜନ ସାଧରଣ ଉପସ୍ଥିତ ଥିଲେ।