
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଚାରଯୋଡି ଗାଁ ନିକଟର ଜାନୀ କୁଡି ନିକଟରେ ୧୩ ଦିନ ଧରି ନିଖଜ ଥିବା ମହୁଲପୁଟ ଖୁରିଗାଁ ର ସନା ମାଝୀଙ୍କ ପୁଅ ବିଶେଶ୍ୱର ନାମକ ଜଣ ଯୁବକଙ୍କ ମୃତ ଶରୀର ମାଟିରେ ପତା ହେଇଥିବା ଅବସ୍ଥାରେ ଗଳିତ ଶବ କୁ ଆଜି ଦ୍ଵିପହର ସମୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଉଦ୍ଧାର କରିଛି ।
ଉଦ୍ଧାର କରାଯାଇଥିବା ମୃତ ଦେହ ହେଉଛି ଟିକିରି ଥାନା ଅନ୍ତର୍ଗତ ମହୁଲପୁଟ ଖୁରିଗାଁ ର ସୋନା ମାଝି ଙ୍କ ପୁଅ ବିଶ୍ୱଶ୍ୱର ମାଝି ବୋଲି ଚି଼ହ୍ନଟ ହୋଇଛି । ପ୍ରକାଶ ଥାଉ କି ମୃତ ଯୁବକ ଜଣ ଅକ୍ଟୋବର ୨୨ ତାରିଖ ଦିନ ଠାରୁ ନିଖଜ ଥିବା ବେଳେ ପରିବାର ପକ୍ଷରୁ ୩୦/୧୦ ରେ ମୃତ ଯୁବକଙ୍କ ପିତା କାଶୀପୁର ଥାନା ରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଆଧାର କରି କାଶୀପୁର ଥାନା ଅଧିକାରୀ ସୁଯ୍ୟ ପ୍ରକାଶ ନାଏକ ଙ୍କର ନେତୃତ୍ୱ ରେ ଦୁଇଦିନ ଧରି ଅଞ୍ଚଳର ବିଭିନ୍ନ ସ୍ଥାନରେ ସନ୍ଧାନୀ କୁକୁର ର ସହାୟତା ରେ ଘଟଣା ର ତଦନ୍ତ ଆରମ୍ଭ କରିଥିଲେ ସୁଧା ପୋଲିସ ହାତରେ ନିଖଜ ଯୁବକ ଙ୍କ ମୃତ୍ୟୁ ର ପ୍ରମାଣ କି କୌଣସି ସୁରାକ ମିଳିପାରି ନ ଥିଲା ।
କିନ୍ତୁ ଗତକାଲି କୌଣସି ପ୍ରକାର ସନ୍ଦେହ ରେ ଚାରଯୋଡି ଗ୍ରାମ ର ପଦନ ଝୋଡ଼ିଆ ଓ ଭୁବେନ ଝୋଡ଼ିଆ ଦୁଇଜଣଙ୍କୁ ପୋଲିସ ଉଠାଇ ପଚରାଉଚରା କରିବା ପରେ ଘଟଣା ସମ୍ପର୍କରେ ଦୋଷ ସ୍ବୀକାର କରିଥିଲେ ।ମିଳିଥିବା ସୂଚନା ପ୍ରକାରେ ଘଟଣା ଦିନ ସେ କୌଣସି କାମରେ ତାଙ୍କ ଜୁଇଁ ଘର କୁ ବୁଲି ଯାଇଥିଲେ । ନିଜ ଗାଁ କୁ ଫେରିବା ବାଟ (ଡାଲିଗୁଡା) ଠାରେ ଗ୍ରାମର ଯୁବକଙ୍କ ସହ ଭଳିବଲ ମଧ୍ୟ ଖେଳିଥିଲେ । ପରବର୍ତ୍ତୀ ସନ୍ଧ୍ୟା ସମୟରେ ସେ ଚଲା ବାଟ ଦେଇ ମହୁଲପୁଟ ଖୁରିଗାଁ ଅଭିମୁଖେ ବାହାରିଥିଲେ । କିନ୍ତୁ ସେ ଚଲାବାଟ ତାଙ୍କ ପାଇଁ ଜୀବନ ର ଅନ୍ତିମ ସମୟ ହେବ କେହି ଜାଣି ନ ଥିଲେ । ଉକ୍ତ ଚଲା ପଥ ଅଞ୍ଚଳ ପାଇଁ ନୀତି ଦିନିଆ ହେଇଥିବା ରୁ ସନ୍ଧ୍ୟା ସମୟରେ ଯୁବକ ଜଣ ନିର୍ଭୟ ରେ ଏକାକୀ ଯାଉଥିବାବେଳେ ଦୁର୍ଭାଗ୍ୟ ବଶତଃ ଚାରଯୋଡି ଗ୍ରାମ ର କିଛିଲୋକ ସେହି ରାସ୍ତା ରେ ବାରାହ ଶିକାର ପାଇଁ ବାଇଣ୍ଡିଂ ତାର ବିଛେଇ ବିଦ୍ୟୁତ ସଂଯୋଗ କରିଦେଇଥିଲେ ।
ଘଟଣା ସ୍ଥଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହେଇଯାଇଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ଶିକାର କାମ ରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନେ ପ୍ରମାଣ ନଷ୍ଟ କରିବା ଉଦ୍ଧେଶ୍ୟ ରେ ମୃତ ଦେହ କୁ ଘଟଣା ସ୍ଥଳରୁ ପ୍ରାୟ ୨କିମି ଦୂରରେ ଥିବା ଜନୀ କୁଡି ଠାରେ ଶବ କୁ ଗାତ ଖୋଳି ମାଟିରେ ପତିଦେଇଥିଲେ। ଆଜି ଦ୍ବୀପହର ସମୟରେ ଘଟଣା ସ୍ଥଳ ରେ ମାଜିଷ୍ଟ୍ରେଟ ଦାଇତ୍ୱ ରେ ଥିବା କାଶୀପୁର ଅତିରିକ୍ତ ତହସିଲଦାର ବାରିଏଲ ମୁର୍ମୁ ଙ୍କ ଉପସ୍ଥିତି ରେ ଏସଡିପିଓ ରଶ୍ମି ରଞ୍ଜନ ସେନାପତି, ଟିକିରି ଥାନା ଅଧିକାରୀ ବିଶ୍ୱ ବନ୍ଧନୀ ବାଘ , କାଶୀପୁର ଥାନା ଅଧିକାରୀ ସୁର୍ଯ୍ୟ ପ୍ରକାଶ ନାଏକ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଘଟଣା କୁ ନେଇ କାଶୀପୁର ଥାନା ରେ ୧୫୯/୨୩ ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଏହାର ଅଧିକ ତଦନ୍ତ ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।