
ଧର୍ମଗଡ଼: (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଚିଲିଚିଲା ଗ୍ରାମବାସୀ ଆଜି ଚିଲିଚିଲା ବିଜୁ ଏକ୍ସପ୍ରେସ ଫୋର ୱେ ଛକ ନିକଟରେ ଲକ୍ଷ୍ମୀ ବସ ଷ୍ଟପ ପାଇଁ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
କଳାହାଣ୍ଡି ପ୍ରତିଷ୍ଠା ଦିବସ ରେ କମ ଖର୍ଚ୍ଚାନ୍ତରେ ଯାତ୍ରୀମାନେ ନିଜ ଅଞ୍ଚଳରୁ ଗନ୍ତବ୍ୟ ସ୍ଥଳ କୁ ସୁବିଧା ରେ ଯାତାୟତ କରିବା ସହିତ ସ୍ଥାନୀୟ ପରିବହନ ବ୍ୟବସ୍ଥା କୁ ସୁଦୃଢ କରିବେ ଏବଂ ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥା କୁ ସୁଦୃଢ କରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ଲକ୍ଷ୍ମୀ ଯୋଜନା ରେ ୬୩ ଟି ଲକ୍ଷ୍ମୀ ବସ ର ଶୁଭାରମ୍ଭ କରିଥିବା ବେଳେ ଲକ୍ଷ୍ମୀ ବସ ଗ୍ରାମପଞ୍ଚାୟତ ସ୍ତରରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ନିରବଛିନ୍ନ ପରିବହନ କରିବ ।
ଲକ୍ଷ୍ମୀ ବସ ବ୍ରାହ୍ମଣଛେଣ୍ଡିଆ ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ଚିଲିଚିଲା ଛକ ନିକଟରେ ବସ ରହୁ ନ ଥିବାରୁ ଥନଟ,ଶ୍ରୀରାମପୁର, ପୋଡ଼ପଡ଼ା,କେବିଡି ଜିହିଲିବନ୍ଧ ପଡ଼ା ଓ ଚିଲିଚିଲା ଗ୍ରାମବାସୀ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ଆଜି ଚିଲିଚିଲା ବିଜୁ ଏକ୍ସପ୍ରେସ ୪ ୱେ ଛକ ରେ ଲକ୍ଷ୍ମୀ ବସ ଷ୍ଟପ ପାଇଁ ଗ୍ରାମର ଢଗ ନାଏକ ଙ୍କ ନେତୃତ୍ୱରେ ସତ୍ୟବାନ ନାଏକ, ପ୍ରଶାନ୍ତ ନାଏକ, ଧର୍ମପଦ ସୁନାନୀ, ସୁବାଷଚନ୍ଦ୍ର ଧଙ୍ଗଡାମାଝୀ ପ୍ରମୁଖ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କି ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।