କାଶୀପୁର:୬/୧୧(ଅଞ୍ଜନ କୁମାର ନାଏକ)କାଶୀପୁର ଥାନା ଅନ୍ତର୍ଗତ ଚାରଯୋଡି ଗ୍ରାମ ର ଜାନୀ କୁଡ଼ି ଠାରେ ମାଟି ତଳୁ ଜଣେ ଯୁବକଙ୍କ ଶବ କୁ ପୋଲିସ ଉଦ୍ଧାର କରିଥିଲା । ଉକ୍ତ ଘଟଣାର ଶୋକ ପ୍ରକାଶ ଓ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବାକୁ ପୂର୍ବତନ ଟିକିରି ସରପଞ୍ଚ କୁମାରୀ ପିଡିକା ନେତୃତ୍ବରେ ଏସ ଡି ସି ସଭ୍ୟ ପାଟ ମାଝି , ଲାଛି ମାଝି , ସମିତି ସଭ୍ୟ କଣ୍ଠେଶ୍ୱର ମାଝି, ପ୍ରେମ ମାଝି , ସିଂଙ୍ଗି ମାଝି ଓ ଅନ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରକାଶ ଥାଉକି ଅକ୍ଟୋବର ୨୨ ତାରିଖ ଠାରୁ ଟିକିରି ଥାନା ଅନ୍ତର୍ଗତ ମତପୁଟ ଖୁରି ଗ୍ରାମର ଜଣ ଯୁବକ ବିଶ୍ୱେଶ୍ୱର ମାଝି ନିଖୋଜ ଥିବା ନେଇ ପରିବାର ପକ୍ଷରୁ କାଶୀପୁର ଥାନା ରେ ଏକ ଅଭିଯୋଗ ହେଇଯାଇଥିଲା ।ଅନେକ ଖୋଜ ଖବର ପରେ ବାର୍ହା ଶିକାର ରେ ବିଛାଯାଜଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ବିଶ୍ୱେଶ୍ୱର ଙ୍କର ମୃତ୍ୟୁ ହେଇଯାଇଥିବା ପୁଣି ପ୍ରମାଣ ନଷ୍ଟ କରିବାକୁ ମାଟି ତଳେ ମୃତ ଦେହ କୁ ପୋତି ଦେଇଥିବା ନେଇ ଘଟଣା ରେ ଜଡିତ ଥିବା ଦୁଇ ଜଣ ପୋଲିସ ସମ୍ମୁଖରେ ଦୋଷ ସ୍ପିକାର କରିଥିଲେ ।

ପରବର୍ତ୍ତୀ ସମୟ ଅର୍ଥାତ ଚଳିତ ମାସ ୩ ତାରିଖରେ ରେ ତାଙ୍କ ଶବ କୁ ପୋଲିସ ମାଟି ତଳୁ ଜବତ କରିଥିଲା। ଖବର ପ୍ରକାଶ ପରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଥିଲା । କାଲିର କାର୍ଯ୍ୟକ୍ରମ ରେ ଉକ୍ତ ଟିମ ଶକାଳୁଳ ପରିବାର କୁ ଆଇନ ପ୍ରକାରେ ସରକାରୀ ସହାୟତା ସହ କିଛି ଆର୍ଥକ ଓ ରାସନ ସାମଗ୍ରୀ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା ।