କାଶୀପୁର:(ଅଞ୍ଜନ କୁମାର ନାଏକ)କାଶୀପୁର ଥାନା ଅନ୍ତର୍ଗତ ଗୋରଖପୁର ପଞ୍ଚାୟତ ର ମତପୁଟ ଖୁରିଗାଁରେ ଘଟିଟିଥିବା ବରାହ ଶିକାରୀଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ ତାର ଜାଲରେ ଉକ୍ତ ଗ୍ରାମର ବିଶେଶ୍ୱର ମାଝୀ ନାମକ ଜଣେ ଯୁବକ ପ୍ରାଣ ହରାଇଥିଲେ । ଉକ୍ତ ଘଟଣାର ଶୋକ ପ୍ରକାଶ ଓ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବାକୁ କାଶୀପୁର ବ୍ଲକ ଯୁବ କଂଗ୍ରେସ ସଭାପତି ଝିଝରୁ ମାଝୀ, ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ, ଟଙ୍କ ଝଡିଆ, ପାଇଲ ମାଝୀ, ବରିଷ୍ଟ କଂଗ୍ରେସ ନେତା ବିଶୁ ମାଝୀ ଏବଂ ଅନ୍ୟ ସାଥି ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରକାଶ ଥାଉକି ଅକ୍ଟୋବର ୨୨ ତାରିଖ ଠାରୁ ଟିକିରି ଥାନା ଅନ୍ତର୍ଗତ ମତପୁଟ ଖୁରି ଗ୍ରାମର ଜଣ ଯୁବକ ବିଶ୍ୱେଶ୍ୱର ମାଝି ନିଖୋଜ ଥିବା ନେଇ ପରିବାର ପକ୍ଷରୁ କାଶୀପୁର ଥାନା ରେ ଏକ ଅଭିଯୋଗ ହେଇଯାଇଥିଲାଏହାର ଅନେକ ତଦନ୍ତ ପରେ ବାର୍ହା ଶିକାର ରେ ବିଛାଯାଜଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ହିଁ ବିଶ୍ୱେଶ୍ୱର ଙ୍କର ମୃତ୍ୟୁ ହେଇଥିଲା ବୋଲି ପ୍ରକୃତ ଘଟଣା ଜଣା ପଡିଥିଲା ।

ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ଏହି ଘଟଣାର ପ୍ରମାଣ ନଷ୍ଟ କରିବାକୁ ଯାଇ ଶବକୁ ମାଟି ତଳେ ପତି ଦେଇଥିଲେ ପୁଣି ଏହି ଘଟଣାରେ ଜଡିତ ଥିବା ଦୁଇ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ସମ୍ମୁଖରେ ଦୋଷ ସ୍ବୀକାର କରିଥିଲେ ଏବଂ ଉଭୟ ଅଭିଯୁକ୍ତଙ୍କ ଦ୍ୱାରା ଚଳିତ ମାସ ୩ ତାରିଖରେ ପୋଲିସ ମାଟି ତଳୁ ଶବ ଜବତ କରିଥିଲା। ଏହି ଘଟଣାର ଖବର ପ୍ରକାଶ ପରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଥିଲା ।ଏଣୁ ଶକାଳୁଳ ପରିବାର କୁ ସମବେଦନା ଜଣାଇ ଆଇନ ପ୍ରକାରେ ସରକାରୀ ସହାୟତା ପ୍ରଦାନ ସମ୍ବନ୍ଧରେ ଆଲଚନା କରିଥିବା ଦେଖିବାକୁ ମିଳିଥିଲା ।