
ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ରେ ୩୪କୋଟି ୫୦ଲକ୍ଷ ଟଙ୍କା ବିନିଯୋଗ ରେ ୧ହଜାର ୧୫୯ଟି ପ୍ରକଳ୍ପ ର ଉର୍ଣ୍ଣତି ହେବବୋଲି ଜଣାଯାଇଛି l ଉକ୍ତ ପ୍ରକଳ୍ପ ଦ୍ୱାରା ମଠ, ମନ୍ଦିର, ମସଜିଦ, ଖେଳ ପଡିଆ ର ଉନ୍ନତି କରଣ କାର୍ଯ୍ୟ ତୋରାନ୍ୱିତ ହେବ l ବୌଦ୍ଧ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଯଥା ବୌଦ୍ଧ ନିର୍ବାଚନ ମଣ୍ଡଳୀ ହରଭଙ୍ଗା ବ୍ଲକ ଚାରିଛକ ଖେଳ ପଡିଆ ଠାରେ ଅନୁଷ୍ଠିତ ସଭାରେ ଓଡିଶା ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କଣ୍ଟାମାଳ ନିର୍ବାଚନ ଠାରେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇଥିବା ବେଳେ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ରେ ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପ ର ଶୁଭାରମ୍ଭ ହୋଇଛି l
ଯାହାକି ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି, ମିଶନ ଶକ୍ତି ର ମହିଳା ମାନେ ଏଥିରେ ମୁଖ୍ୟ ତଃ ଉପସ୍ଥିତ ଥିଲେ ଏବଂ ବି ଜେ ଡ଼ି କର୍ମୀ ମାନେ ମଧ୍ୟ୍ୟ ଏହି କାର୍ଯ୍ୟ କ୍ରମରେ ସାମିଲ ହୋଇଥିଲେ ଏଥିପାଇଁ ଜନସାଧାରଣ ଶୁଭେଚ୍ଛା ଜଣାଇବା ସହିତ ଏହାର ସୁରକ୍ଷା ଆପଣ ମାନଙ୍କର ବୋଲି ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ ଏହି ଯୋଗଜା ଓଡିଶା ତଥା ବୌଦ୍ଧ ଜିଲ୍ଲାକୁ ପ୍ରଗତି ର ଦିଗରେ ସହାୟକ ହେବ ବୋଲି କୁହାଯାଇଛି ।ଯାହାକି ଜ଼ିଲ୍ଲାରେ୧୧୫୯ ପ୍ରକଳ୍ପ କୁ ୩୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରଦା ରେ ବୌଦ୍ଧ ଜିଲ୍ଲା ର ବିଭିନ୍ନ ଉର୍ନୟନ ମୂଳକ ପ୍ରକଳ୍ପ ଓଡିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଙ୍କ ଦ୍ଵାରା ଶୁଭାରମ୍ଭ ହୋଇ ଆସନ୍ତା ନଭେମ୍ବର ୮ ତାରିଖ ୨୦୨୪ ପ୍ରତି ଗାଁ ରେ ହେବ ସଶକ୍ତ ଓଡିଶା ର ପ୍ରତିଛବି l ଏହି ହରଭଙ୍ଗା ବ୍ଲକ କାର୍ଯ୍ୟକ୍ରମ ରେ ବି ଡ଼ି ଓ ସ୍ୱସ୍ମିତା ନାୟକ ଙ୍କ ବ୍ଲକ ପ୍ରଶାସନ ସମ୍ପୂର୍ଣ ସହଯୋଗ କରିଥିଲେ l