ବୌଦ୍ଧ: (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ ର ବଣ୍ୟ ପ୍ରାଣୀ ଅଭୟା ରଣ୍ୟ ର ଅତଲସରା ମହାନଦୀ କୂଳରେ ଥିବା 5ଏକର ବିଶିଷ୍ଟ ଜାଗାରେ ଏକ ପର୍ଯ୍ୟଟନ ସ୍ଥଳ ହେବ ସେଥିରେ ଉଚ୍ଚ ତର ଟାୱାର ଘର ହେବ ଏବଂ ସେହି ଜାଗାରେ କିଛି ବୋଟ ରଖା ଯିବ ଯାହାକି ପର୍ଯ୍ୟଟକ ଦେଶ ବିଦେଶ ରୁ ଆସି ମଜା ନେବେ ଯେଉଁ ଉଚ୍ଚାତ୍ତମ ଟାୱାର ଘର ହେବ ସେଥିରେ ଠିଆ ହେଲେ ମହାନଦୀ ର ଦୃଶ୍ୟ ସମ୍ପୂର୍ଣ ଦେଖି ହେବ l

ଏବଂ ଏହି ପର୍ଯ୍ୟଟନ ସ୍ଥଳୀରେ ପିଲା ମାନେ ଖେଳିବା ପାଇଁ ବିଭିନ୍ନ ଦୋଳି ଏବଂ ଖେଳ ର ମଜା ନେବା ପାଇଁ ଅନ୍ୟାନ୍ୟ ଜିନିଷ ରଖାଯିବ ଯାହାକି ଏହି ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ ରେ ଥିଲେ ଓଡିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ , ପାନୀୟ ଜଳ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, ଜ଼ିଲ୍ଲା ପାଳ ନୃସିଂହ ଚରଣ ସ୍ୱାଇଁ,, ଡ଼ି ଏଫ ଓ ଦେବ ପ୍ରିୟ କମ୍ପ, ନୟାଗଡ ବନ୍ୟ ପ୍ରାଣୀ ବିଭାଗ ଡ଼ି ଏଫ ଓ ଫାଲ ଗୁନି ସାରଥୀ ମଲ୍ଲିକ, ଏ, ସି ଏଫ ଦେବୀପ୍ରସାଦ ରାଉତ ଓ ସୁଦୀପ୍ତ ମହାପାତ୍ର, ବି, ଡ଼ି ଓ ସ୍ୱସ୍ମିତା ନାୟକ, ତହସିଲ ଦାର, ଶିବାନୀ ଦାସ, ରେଞ୍ଜର ସଂସାର ବର୍ଗିଆ, ଏବଂ ଅଂଚଳ ର ଜଣାଶୁଣା ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ଏଥିରେ ଅତଲସରା ଗ୍ରାମରେ ମନ୍ତ୍ରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ ଏବଂ ଗ୍ରାମ ର କିଛି ସମସ୍ୟା ମନ୍ତ୍ରୀ ଙ୍କ ଦୃଷ୍ଟି ଗୋଚର କରିଥିଲେ ତା ପରେ ଅତି ଅଗମ୍ୟ ଅଂଚଳ ମରାଡ଼ଗ୍ରାମକୁ ଯାଇ ଗ୍ରାମ ବାସୀଙ୍କ ସହ ଆଲୋଚନା କରିଥିଲେ ଯାହାକି ଏହି ବର୍ଷା ୪  ମାସ ସେମାନେ ଜଳବନ୍ଦୀ ରେ ରହି ଥାନ୍ତି କୌଣସି କାମ ଧନ୍ଦା ମିଳି ନ ଥାଏ ଏଣୁ ମହିଳା ମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ତାଙ୍କୁ କିଛି ଅର୍ଥ ଦେଇ କିଛି ସଂସ୍ଥା କରି ଗୁଜୁରାଣ ମେଣ୍ଟାଈ ଵା ପାଇଁ କହିଥିଲେ l

ଏହି ଦୁର୍ଗମ ଅଞ୍ଚଳ ରେ ଯଦି ଏକ ପର୍ଯ୍ୟଟନ ସ୍ଥଳ ହୁଏ ତା ହେଲେ ଅଂଚଳ ର କିଛି ଗରିବ ଲୋକ ଏବଂ ମହିଳା ସ୍ୱୟଂ ସହାୟକ ଦଳ କିଛି ହାତ ତିଆରି ସାମଗ୍ରୀ ବିକ୍ରୀ ବଟା କରି ଭଲ ଦି ପଇସା ପାଇ ଗୁଜୁରାଣ ମେଣ୍ଟାଈ ପାରିବେ ବୋଲି ଅଂଚଳ ବାସି କହିଛନ୍ତି l