ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ହଜାର ହଜାର ଜମାକାରୀଙ୍କ ଏକ ଗଣ ସତ୍ୟାଗ୍ରହ ଆନ୍ଦୋଳନ କରି ଗର୍ଜନ କରିଛନ୍ତି l ସମସ୍ତ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ, ଛୋଟ ଓ ବଡ଼ ସମସ୍ତ ଜମାକାରୀଙ୍କ ସମସ୍ତ ଟଙ୍କା ଫେରସ୍ତ ଦାବି ନେଇ ଏହି ଜନ ଆନ୍ଦୋଳନ ଆରମ୍ଭ ହୋଇଛି ।

ଓଡିଶାରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଡ଼ାକରାରେ ହଜାର ହଜାର ମହିଳା ଓ ପୁରୁଷ କ୍ଷତିଗ୍ରସ୍ତ ଜମାକାରୀ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ସହର ର ରୟାଲ ପଡ଼ିଆ ଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।

ଆର୍ଥିକ ସଂସ୍ଥା ମାନଙ୍କ କ୍ଷତିଗସ୍ତ ଓଡିଶା ର ଆବାହକ ଜୟନ୍ତ ଦାଶଙ୍କ ନେତୃତ୍ୱରେ ହୋଇଥିବା ଗଣ ସତ୍ୟାଗ୍ରହରେ ଚିଟଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ସୁବର୍ଣ୍ଣପୁର ଜିଲ୍ଲାର କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଚିହ୍ନଟ କରି ଟଙ୍କା ଫେରାଇବାକୁ ରାଜ୍ୟ ସରକାର ପାଖରେ ଦାବି ହୋଇଛି । ଏ ସମ୍ପର୍କରେ ରାଜ୍ୟ ସରକାର ପଦକ୍ଷେପ ପୂରଣ କରନଗଲେ ନନେଲେ ଓଡିଶାରେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି l