ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଆଜି ବୌଦ୍ଧ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବ ରେ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେପି ସଭାପତି ଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ତା ୧୬.୧୧.୨୩ ଦିନ ବୌଦ୍ଧ ବ୍ଲକ୍ ଅଫିସ୍ ଘେରାଉ କରାଯିବ, ୧୭.୧୧.୨୩ କଣ୍ଟାମାଳ ବ୍ଲକ୍ ଅଫିସ୍ ଘେରାଉ ଓ ୧୮.୧୧.୨୩ ଦିନ ହରଭାଙ୍ଗା ବ୍ଲକ୍ ଅଫିସ୍ ଘେରାଉ କରାଯିବ , ଅନ୍ୟାୟ ଦୁର୍ନୀତି, ପ୍ରୀୟାପ୍ରିତି ବିଜେଡି ସରକାର ଙ୍କ ବିରୁଦ୍ଧରେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମସ୍ତ ମଣ୍ଡଳ ସଭାପତି ଓ ଜିଲ୍ଲା ,ମୋର୍ଚ୍ଚା ସଭାପତି ମାନଙ୍କୁ ସମସ୍ତ ଦାୟିତ୍ଵ ବଣ୍ଟନ କରାଯାଇଥିଲା ।
ଆଜିର ଏହି ପ୍ରସ୍ତୁତି ବୈଠକ ସର୍ବ ଶ୍ରୀ କନେହୀ ଚରଣ ଡ।ଙ୍ଗ , ସୂର୍ଯ୍ୟ ନାରାୟଣ ମହାପାତ୍ର, ଶିଶିର କୁମାର ଘୋଷ, ମାଗୁଣି ଗାଈ ଗୌରୀ ଆ , ତାପସ କୁମାର ପଟ୍ଟନାୟକ , ଶ୍ୟାମ ସୁନ୍ଦର ପୁରୋହିତ, ନିରଞ୍ଜନ ଦାନୀ , ପ୍ରେମାନନ୍ଦ ମିଶ୍ର , ବିକାଶ ମହାକୁଡ, ସୁଶାନ୍ତ କୁମାର ବାଘ , ଅଟଳ ପ୍ରଧାନ,ବିଶି କେଶନ ପ୍ରଧାନ ଓ ସମସ୍ତ ମଣ୍ଡଳ ସଭାପତି ୧୦ ଜଣ ଙ୍କ ସହିତ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l