ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ନଭେମ୍ବର ୯ ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ତାଲୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ଗଡିଆଯୋର୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I
ଏହି ସଭାରେ ସହକାରୀ ଦୌରା ଜଜ ଶ୍ରୀ ବିଶ୍ଵ ବିସୃତ କର , ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତି ପ୍ରଜ୍ଞା ପାରମିତା ସ୍ୱାଇଁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ ଶ୍ରୀ ରାଜେଶ କୁମାର ଦାସ, ବରିଷ୍ଠ ଆଇନଜୀବି ଶ୍ରୀ ମିହିର ରଞ୍ଜନ ପଟ୍ଟଯୋଷୀ, ସରକାରୀ ଓକିଲ ଶ୍ରୀ ରାଜେନ୍ଦ୍ର କୁମାର ମୁନି, ରିଟେନର ଶ୍ରୀ ହରିଶ ଚନ୍ଦ୍ର ବାଗ୍, ସରପଞ୍ଚ ଶ୍ରୀ ଉଦିତ କୁମାର ନାଏକ, ନାଏବ ସରପଞ୍ଚ ଶ୍ରୀମତୀ ଦୟମତି ପାରୀ ପ୍ରମୁଖ ଉପସ୍ଥିତ ରହିvସମାଜର ଦୁର୍ବଳ ଶ୍ରେଣୀ ଙ୍କ ପାଇଁ ମାଗଣା ଆଇନ୍ ସେବା ବ୍ୟବସ୍ଥା ଉପରେ ଆଲୋକ ପାତ କରିଥିଲେ। ଶ୍ରୀମତୀ ସଂଯୁକ୍ତା ପଣ୍ଡା ସଭା ପରିଚାଳନା କରିଥିବା ବେଳେ ତାଲୁକ ଆଇନ ସେବା ସମିତି ର ସଂଯୋଜକ ଶ୍ରୀ ଉମାକାନ୍ତ ବାଗ ଧନ୍ୟବାଦ ଅର୍ପଣ କରିଥିଲେ I