ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆଲୋକର ପର୍ବ ଦୀପାବଳି ପାଇଁ ଚଳଚଞ୍ଚଳ ହୋଇପଡିଥିଲା ଟିଟିଲାଗଡ ସହର। ସହରର ୧୫ ଗୋଟି ୱାର୍ଡ଼ରେ ଦୀପାବଳୀ ଅବସରରେ ଘର ବାହାରେ ଅତି ସୁନ୍ଦର ଭାବରେ ମୁରୁଜ ସାହାଯ୍ୟରେ ରଙ୍ଗୋଲି ପକା ଯାଇଥିଲା, ସେଥିରେ ହେପି ଦିୱାଲି, ପ୍ରଭୁ ଶ୍ରୀରାମ ସୀତା, ରାଧାକୃଷ୍ଣଙ୍କ ସମେତ ବହୁତ ପ୍ରକାର ର ଝୁଟି ପକାଯାଇଥିଲା।

ବହୁତ ଲୋକ ଲିଚୁ ଲାଇଟ ଦ୍ବାରା ଘର ବାହାରେ ସାଜସଜ୍ଜା କରିଥିବା ବେଳେ ଆଉ କିଛି ଲୋକ ମାଟି ଦ୍ଵିପ ଦ୍ବାରା ଘରର ସବୁଆଡେ ଦ୍ଵୀପ ପ୍ରଜ୍ବଳନ କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମଧ୍ଯ ବ୍ୟାଙ୍କ ବାହାରେ ଅତି ସୁନ୍ଦର ସାଜସଜ୍ଜା କରାଯାଇଥିଲା। ଅନ୍ୟ ପଟେ ପରିବାର ବର୍ଗଙ୍କ ସହ ଝିର ଝିରି, କୁମ୍ପି ଲଗାଇ ସମସ୍ତେ ଏକଜୁଟ ହୋଇ ଦୀପାବଳୀ ପାଳନ କରିଥିବା ବେଳେ ବ୍ୟବସାୟୀକ ଅନୁଷ୍ଠାନ ସମ୍ମୁଖରେ ବାଣ ଫୁଟାଇ ଏହି ପର୍ବ ପାଳନ କରିଥିଲେ।

ଛୋଟ ଛୋଟ ଛୁଆ ପ୍ରଥମ ଥର କରି ଝିରର୍ଝିରି ଲଗାଇ ଦୀପାବଳି ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଦେଖିବାକୁ ଗଲେ ହସ ଉଲ୍ଲାସର ସହ ଚଳିତ ବର୍ଷ ଅତି ସୁନ୍ଦର ଭାବରେ ଦୀପାବଳି ପର୍ବ ପାଳନ କରାଯାଇଛି।

ସେହିପରି ଟିଟଲାଗଡ ନିକଟସ୍ଥ ବେଲପଦର ଗ୍ରାମର ଜଣେ ଚିତ୍ରକାର ଶ୍ରୀଖିରୋଦ ସାଗର ନାଗ ମୁରୁଜ ସାହାଯ୍ୟରେ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ଅବିକଳ ଛବି ରଙ୍ଗୋଲି ମାଧ୍ୟମରେ ପ୍ରଦର୍ଶନ କରିବା ସହ ତାଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।