
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ନଭେମ୍ବର ୧୪ ଶିଶୁ ଦିବସ ଦିନ ସର୍ଗିଗୁଡ଼ା ସ୍ଥିତ ଓମ୍ଭେଲି ଜୁନିଅର ୱିଂ ରେ ଧୁମ ଧାମରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଶିଶୁ ମାନଙ୍କର ମନୋରଞ୍ଜନ ସକାଶେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ସଭାପତି ତଥା ଚେୟାରମେନ ଶ୍ରୀଯୁକ୍ତ ଦୀପକ କୁମାର ସାହୁ ଓ ଉପସଭାପତି ଶ୍ରୀମତି ସଂଗୀତା ସାହୁ ଯୋଗଦାନ କରିଥିଲେ । ମୁଖ୍ୟଅତିଥିଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା ।
ଶିଶୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ସଭାପତି ଶ୍ରୀଯୁକ୍ତ ଦୀପକ କୁମାର ସାହୁ ଜବାହାରଲାଲ ନେହେରୁଙ୍କ ପିଲାଦିନର କାହାଣୀ ଶୁଣାଇଥିଲେ । ଛାତ୍ରଛାତ୍ରୀ ମାନଙ୍କର ମନୋରଞ୍ଜନ ପାଇଁ ସ୍କୁଲ୍ର ଶିକ୍ଷକ ଶିକ୍ଷୟିତ୍ରୀମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ଆକାଶ ବାହିନୀର ଅବସର ପ୍ରାପ୍ତ ସେନାନି ଶ୍ରୀ ସନ୍ତୋଷ କୁମାର ମହାନ୍ତି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାରର ଖେଳ ଖେଳାଇଥିଲେ ।
ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେଶ୍ଵର ପ୍ରସାଦ ମିଶ୍ର ଓ ସଂଯୋଜିକା ନିଶିବେରିଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ଅତି ଆନନ୍ଦ ସହକାରେ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀମତୀ ବିଭାରାଜ ଗୁପ୍ତା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଭୋଜନ ଓ ଉପହାର ପ୍ରଦାନ କରିଥିଲେ ।