ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ବୈଜ୍ଞାନିକ ଯୁଗରେ ମନୁଷ୍ୟ ଧର୍ମ, ଛାଡିବା ସହିତ ବିଭିନ୍ନ ଦେବଦେବୀ ନ ମାନି ମନ୍ଦିର, ମସଜିଦ ଭାଙ୍ଗି ବିଧର୍ମୀ ହେବା ସହିତ ସଂସ୍କୃତି ଓ ପରମ୍ପରା କୁ ବିଲୁପ୍ତ କରିଵା ରେ ପଛାଉ ନାହାଁନ୍ତି!ଏମିତି ଏକ ନିଛାଟ ସତ୍ୟ ଘଟଣା ଆଜି ଦେଖୁବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ!ସୂଚନା ମତେ ବ୍ଲକ ର ୫୭ ନଂ ଜାତୀୟ ରାଜପଥ କଡରେ ଥିବା ହରେକୃଷ୍ଣ ପୁର ହରି ହର ମନ୍ଦିର, ବୃନ୍ଦାବନ ର ଦୁର୍ଗା ମନ୍ଦିର ରୁ ଗତକାଲି ରାତ୍ରିରେ ଦୁର୍ବୁତ୍ତ ମାନେ ତାଲା ଭାଙ୍ଗି ଚୋରି କରିଥିବା ଜଣା ପଡିଛି।

ହରି ମନ୍ଦିରରୁ ସୁନା, ରୁପା ଓ ପିତଳ ପ୍ରତିମା, ଥାଳ,ଦାନ ଟଙ୍କା ସହିତ ହର ମନ୍ଦିର ରୁ ଶିବ ଓ ପାର୍ବତୀ ଙ୍କ ପ୍ରତିମା, ଘଣ୍ଟ,ନାଗ ପ୍ରତିମା, ଏକ ପାଣି ମୋଟର, ମାଇକ ସେଟ ଆଦି ଲକ୍ଷାଧିକ ଟଙ୍କା ର ସମ୍ପତି ଏବଂ ବୃନ୍ଦାବନ ଦୁର୍ଗା ମନ୍ଦିର ରୁ ପ୍ରତିମା, ଥାଳ, ଘଣ୍ଟ ଦାନ ବାକ୍ସ ଆଦି ଚୋରି ହୋଇଛି!ସକାଳୁ ପୂଜକ ମାନେ ମନ୍ଦିର କୁ ଯିବାରୁ ଚୋରି ହୋଇଥିବା ସମ୍ପର୍କ ରେ ଗ୍ରାମରେ ଓ ମନ୍ଦିର କମିଟି କୁ ଖବର ଦେବାରୁ ସମସ୍ତେ ଏକତ୍ରିତ ହୋଇ ଘଟଣା ସମ୍ପର୍କ ରେ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ ଓ ବୌଦ୍ଧ ପିସି ଆର ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ର ସୋଲିସ ସୂତ୍ରରୁ ଜଣା ପଡିଛି।

ଅନ୍ୟପଟେ ରାଜ୍ୟ ସରକାର ମନ୍ଦିର,ମଠ, ମସଜିଦ ଗୁଡିକର ଉନ୍ନତି ଓ ନୂତନୀ କରଣ ପାଇଁ କୋଟି କୋଟି ଅର୍ଥ ଖର୍ଚ୍ଚ କରୁଥିବା ବେଳେ ବୌଦ୍ଧ ଜିଲ୍ଲା ର ମନ୍ଦିର ଗୁଡିକରେ ଦିନକୁ ଦିନ ଚୋରି ବୃଦ୍ଧି ପାଉଛି!ପୋଲିସ ପ୍ରଶାସନ ର କାର୍ଯ୍ୟ ଦକ୍ଷତା ଶିଥିଳ ହେଉଥିବା ନେଇ ସାଧାରଣରେ ମତ ପ୍ରକାଶ ପାଉଛି!