ଘଣ୍ଟାପଡ଼ା ଥାନାରେ ସଂପୂର୍ଣ୍ଣ ଷ୍ଟାପ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିବେଦନ.ନଚେତ ଆଗାମୀ ଦିନରେ ଥାନା ଘେରାଉ କରିବାକୁ ଜନସାଧାରଣଙ୍କ ଚେତାବନୀ
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଂଟାପଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଚୋରି।ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଗେଟ ତାଲା ଭାଙ୍ଗିବା ସହ ବ୍ୟାଙ୍କ ମ୍ୟାନେଜରଙ୍କ ଆଲମିରା ଭାଂଗିବା ସହ ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗିଛନ୍ତି।ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ କରିଛନ୍ତି।ତେବେ ଚୋର ମାନେ ଭଣ୍ଡାର ଘର ଭାଙ୍ଗି ପାରି ନାହାନ୍ତି।ଫଳରେ କିଛି ଟଙ୍କା ଚୋରି ହୋଇନାହିଁ।ସୂଚନାମତେ ଚୋରମାନେ ପ୍ରଥମେ ଗେଟର ତାଲା ଭାଙ୍ଗି କାଉଣ୍ଟର ଘର ଓ ଶାଖା ପରିଚାଳକଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗି କାର୍ଯ୍ୟାଳୟ ଭିତରେ ଥିବା ସିସିଟିଭିର କନେକସନ କାଟିଛନ୍ତି ଏବଂ ସିସିଟିଭିର ହାର୍ଡ଼ଡିକ୍ସ ଭାବି ବ୍ୟାଙ୍କିଙ୍ଗର ରାଉଡର ମେସିନକୁ ଖୋଲି ଦେଇଛନ୍ତି। ଫଳରେ ବ୍ୟାଙ୍କର ସମସ୍ତ କାରବାର ଠପ ମାରିଯାଇଛି।
ଏ ସଂପର୍କରେ ବ୍ୟାଙ୍କର ଶାଖା ପରିଚାଳକ ଦେବାଶିଷ ନାଏକଙ୍କ କହିବାନୁଶାରେ ଏହି ମେସିନ କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ବ୍ୟାଙ୍କରେ କୌଣସି କାରବାର ହୋଇ ପାରିବନାହିଁ । ଫଳରେ ଗ୍ରାହକଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିବ।ଘଂଟାପଡା ପୋଲିସ ଏ ସମ୍ପର୍କରେ ଅଧିକ ତଦନ୍ତ କରୁଛି। ବଡ଼ ଦୁଃଖର କଥା , ଘଣ୍ଟାପଡ଼ା ଥାନାଠାରୁ ମାତ୍ର ୫୦୦ମିଟର ଦୂରତା ଘଣ୍ଟାପଡ଼ା ମାର୍କେଟ ଛକ । ଏଠାରେ ସବୁବେଳେ ଜନଗହଳି |କିନ୍ତୁ ଏଠାରେ ପୋଲିସ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ କୌଣସି ପଦକ୍ଷେପ ନାହିଁ।ସୂଚନାମତେ ନାମକୁ ମାତ୍ର ଘଣ୍ଟାପଡ଼ା ଥାନା ।
ଏଠାରେ କର୍ମଚାରୀ ଅଭାବ । ତେଣୁ ପେଟ୍ରୋଲିଙ୍ଗ ହୋଇପାରୁନାହିଁ। ଏପଟେ ଥାନା ଅଞ୍ଚଳ ପରିସିମାନୁଶାରେ କନ୍ଧମାଳ, ବଲାଙ୍ଗିର, ସୋନପୁର ସୀମାନ୍ତ ଅଞ୍ଚଳ । ଏଠାରେ ପ୍ରାୟତଃ ଚୋରି, ଡକାୟତି, ଲୁଟତରାଜ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଛି। ପୁଣି ଜିଲ୍ଲାର ନିଶା ମାଫିଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଏ ଅଞ୍ଚଳ । ଏ ସଂପର୍କରେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କର୍ଣ୍ଣପାତ କରୁନାହାନ୍ତି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜନ ସାଧାରଣ ଦାବି କରୁଛନ୍ତି l