
ଭୁବନେଶ୍ବର / ଯାଜପୁର :ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚଣ୍ଡିତଳ ଗ୍ରାମପଞ୍ଚାୟତ ସରପଞ୍ଚ ସାଗରିକା ତରେଇଙ୍କ ମହାନତା । ଏକ ଦୁଃଖଦ ଘଟଣାରେ ଚଣ୍ଡିତଳ ଗ୍ରାମର ଶ୍ରୀଯୁକ୍ତ ବିନୋଦ ଦଳାଇ ଓ ସର୍ବେଶ୍ଵର ଦଳାଇଙ୍କ ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗ୍ରାମ ବାସୀଙ୍କ ସହଯୋଗ ଓ ଅଗ୍ନି ବିଭାଗ ର ସଠିକ୍ ସମୟରେ ସହାୟତା ରେ ନିଆଁ କୁ କାବୁ କରାଯାଇଛି.। ଏଭଳି ପରିସ୍ଥିତିରେ ନିଜ ଜୀବନ କୁ ବାଜିଲଗାଈ ଲୋକଙ୍କ ସେବା ଓ ଶୁରକ୍ଷା ପାଇଁ ଆଗେଇ ଆସିଥିଲେ ସରପଞ୍ଚ ସାଗରିକା ତରେଇ ।
ସାଗରିକା ତରେଇ ଘଟଣା ସ୍ଥଳରେ ପହଞ୍ଚି ବିପନ୍ନ ଙ୍କୁ ଖାଦ୍ୟ ଦେବା ସହିତ ସେବା ଶୁଶୁସା କରିଥିବାର ଦେଖିବାକୁ ମିଳିଥିଲା ।ସେ ବିପଦର ବନ୍ଧୁ ସାଜିଲା ଭଳି କାମ କରିଛନ୍ତି ।ତାଙ୍କର ଏହି ମାନବିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି l
”ମୋ ତରଫରୁ ଯଥା ସମ୍ଭବ ଆନୁସଙ୍ଗିକ ଓ ଆର୍ଥିକ ସହାୟତା କରାଇବା ପାଇଁ ମୁଁ ଚେଷ୍ଟା କରିଛି ଓ ଆଗକୁ ସମ୍ପୂର୍ଣ ସହାୟତା ପାଇଁ ଚେଷ୍ଟା କରିବି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ସରକାରୀ ସହାୟତା ପାଇଁ ସମସ୍ତଙ୍କୁ ଏ ପୋଷ୍ଟ ମାଧ୍ୟମରେ ମୁଁ ନେବଦନ କରୁଛି ବୋଲି ସେ ତାଙ୍କର ସାମାଜିକ ଗଣମାଧ୍ୟମ ରେ ଜଣାଇଛନ୍ତି ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ଏହି ଘଟଣା ଚଣ୍ଡିତଳ ରେ ଆଲୋଚନାର ବିଷୟ ପାଲିଟିଛି ।