କଳାହାଣ୍ଡି :(ନରେନ୍ଦ୍ର ନେଗୀ)ରାଜ୍ୟ ସରକାରଙ୍କ ଦୁର୍ନୀତିଓ ଭ୍ରଷ୍ଟାଚାର ବିରୁଦ୍ଧରେ ସୋମବାର ବିଜେପି ପକ୍ଷରୁ ଭବାନୀପାଟଣା ବ୍ଲକ ଓ ମୁନିସିପାଲଟି ଘେରାଓ କରାଯାଇଥିଲା l ଜିଲ୍ଲା ସଭାପତି ଆର୍ତତ୍ରାଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ଘେରାଓ କରାଯାଇଥିଲା l ରାଜ୍ୟ ସରକାରଙ୍କ ୨୩ ବର୍ଷ ଶାସନ ମଧ୍ୟରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର କର୍ମକର୍ତ୍ତା ମାନେ ସ୍ୱର ଉତ୍ତୋଳନ କରିଥିଲେ l

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରେ ଆସୁଥିବା ଅର୍ଥକୁ ରାଜ୍ୟ ସରକାର ହରିଲୁଟ କରିଥିବା ଅଭିଯୋଗ କରିଥିଲେ l ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାଡ, ବାର୍ଦ୍ଧକ୍ୟ ଭତ୍ତା ପାଇଁ ବ୍ଲକ ମାନଙ୍କରେ ଦୁର୍ନୀତି ହେଉଥିବା ବକ୍ତବ୍ୟରେ କହିଥିଲେ l ଏହି ଘେରାଓ ସମୟରେ ବରିଷ୍ଠ କର୍ମକର୍ତ୍ତା ଭବେନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ସୁନୀତି ମୁଣ୍ଡ, ରୋହିତ ଦୁର୍ଗା ଏବଂ ଜିଲ୍ଲାର ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ରହି ରାଜ୍ୟ ସରକାର ଙ୍କୁ ତୀବ୍ର ସମାଲୋଚନା କରିଥିଲେ l