ବଲାଙ୍ଗୀର ବ୍ୟୁରୋ: (ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ର ଢୋଲମlନ୍ଦଳ ପଞ୍ଚାୟତ ବରିଆଲି ଗାଁ ରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଆହ୍ୱାନ କ୍ରମେ ବ୍ଲକ ସ୍ତରୀୟ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ବରିଆଲି ଗାଁ ରେ ଢ଼ାପ ଡକା କୀର୍ତ୍ତନ ବାଦ୍ୟ ନୃତ୍ୟ ଗୀତ ଦ୍ୱାରା ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା l ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର,ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡା ର ସଭାପତି ଭାନୁ ପ୍ରତାପ ସିଂ ମାଝି, ବଲାଙ୍ଗିର ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ନାରୀନେତ୍ରୀ ଖେଳନ୍ତି ସମରଥ ଓ ବ୍ଲକ ସଭାପତି ଚୌବନ କିଶୋର ମାଝି ମାନଙ୍କୁ ଗାଁ ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l

ଗାଁ ପରିକ୍ରମା ପରେ ସଂଘ ର ବ୍ଲକ ସଭାପତି ଚୌବନ କିଶୋର ମାଝି ଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟ ହୋଇଥିଲା l ସଭାରେ ସମ୍ବିଧାନ ପ୍ରଦତ୍ତ ଶିକ୍ଷା, ନିଯୁକ୍ତି, ପଦୋନ୍ନତି, ରାଜନୈତିକ ପଦବୀରେ ସ୍ୱତନ୍ତ୍ର ସଂରକ୍ଷଣ ଅଧିକାର, ଜମି ଜଳ ଜଙ୍ଗଲ ଜୀବନ ଜୀବିକା ସୁରକ୍ଷା ଅଧିକାର, ଆଦିବାସୀ କଳା,ସଂସ୍କୃତି, ଐତିହ୍ୟ, ଭାଷା,ଧର୍ମ ସୁରକ୍ଷା ଅଧିକାର, ଅର୍ଥନୈତିକ ବିକାଶ ପାଇଁ ସରକାରୀ ଯୋଜନା ବିଷୟରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ l ଏହା ସହିତ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ବଳିଆ ଯୋଜନା, ମହିଳା ଶସକ୍ତିକରଣ ଯୋଜନା ଉପରେ ସଚେତନ କରିଥିଲେ l ମଦ ଛାଡି ପାଠ ପଢ଼ି ଦେଶର ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ ସାଂସଦ (ରାଜ୍ୟ ସଭା) ଶ୍ରୀ ବିଶି ଉଦବୋଧନ ଦେଇଥିଲେ l

ଅଣ- ଆଦିବାସୀ ଙ୍କ ଜବରଦଖଲ ରେ ଥିବା ଆଦିବାସୀ ମାନଙ୍କ ଜମି ଫେରସ୍ତ, ଜମି ହସ୍ତାନ୍ତର ଅନୁମତି ବନ୍ଦ, ଆଦିବାସୀ ଏବଂ ଅନ୍ୟାନ୍ୟ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଜଙ୍ଗଲ ଜମି ର ପଟ୍ଟା ପ୍ରଦାନ, ବେଛାପରି ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ଗୁଡିକ ରେ ସିଟ ର ଅଭାବ ହେଉଥିବା ରୁ ସିଟ ବୃଦ୍ଧି କରିବା , ଏଟ୍ରୋସିଟି କେଶ ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, ସେହିପରି କେନ୍ଦ୍ର ସରକାର କେନ୍ଦୁପତ୍ର ରୁ ଜିଏସଟି ପ୍ରତ୍ୟାହାର କରିବା,ଆବାସ ପୋର୍ଟାଲ ଖୋଲି ଗରିବ ଆଦିବାସୀ ମାନଙ୍କୁ ଆବାସ ପ୍ରଦାନ,ଆଦିବାସୀ ଭାଷା ହୋ, ମୁଣ୍ଡାରୀ, ଭୂମିଜ, ସଓରା ଭାଷା କୁ ସମ୍ବିଧାନ ର ଅଷ୍ଟମ ସୂଚୀ ରେ ଅନୁମୋଦନ କରିବା,ଆଦିବାସୀ ଅଧ୍ୟୁଷିତ ଗାଁ ମାନଙ୍କରେ ଇଣ୍ଟରନେଟରେ ପାଠ ପଢିବା ଓ ଅନଲାଇନ କାର୍ଯ୍ୟ ପାଇଁ ନେଟୱର୍କ ସଂଯୋଗ ବ୍ୟବସ୍ଥା କରିବା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ରେ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ l

ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ,ସେବlଶ୍ରମ କନ୍ୟାଶ୍ରମ ଗୁଡିକ ରେ ସିଟ ସଂଖ୍ୟା ବୃଦ୍ଧି କରିବା,ହଷ୍ଟେଲ ବୃଦ୍ଧି କରିବା, ଶିକ୍ଷକ ପଦବୀ ପୂରଣ କରିବା, ଆଦିବାସୀ ମାନଙ୍କ ପାଇଁ ଖାଲି ପଡ଼ିଥିବା ପଦବୀ ଗୁଡିକୁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ରେ ପୂରଣ କରିବା ପାଇଁ l ଢୋଲମlନ୍ଦଳ ରେ ଆଦିବାସୀ ଛାତ୍ରଛାତ୍ରୀ ପଢିବା ପାଇଁ ସେବାଶ୍ରାମ ପ୍ରତିଷ୍ଠା, ବରିଆଲି ଗାଁ ର ୧୯୮0 ରୁ ବସବାସ କରୁଥିବା ୬0 ଆଦିବାସୀ ପରିବାର କୁ ଘରଡ଼ିହ ପଟ୍ଟା ପ୍ରଦାନ, ପାନୀୟ ଜଳ ଯୋଗାଣ, ଗଭରା ରୁ ଢୋଲମlନ୍ଦଳ କୁ ରାସ୍ତା ନିର୍ମାଣ ପାଇଁ ଦାବୀ କରାଯାଇଥିଲା l

ବୈଠକ ରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ମହାସଂଘ ର ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ନୂଆପଡା ଜ଼ିଲ୍ଲା ସଭାପତି ଭାନୁ ପ୍ରତାପ ସିଂହମାଝି, ବଲାଙ୍ଗିର ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ ,ପାଟଣାଗଡ ବ୍ଲକ ସଭାପତି ଭୁବନେଶ୍ୱର କୁଅଁର,ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ମନରଞ୍ଜନ ଭୋଇ,ବେଲପଡା ବ୍ଲକ ସଭାପତି ରସିକ ଧରୁଆ,ଖପ୍ରାଖୋଲ ବ୍ଲକ ଉପସଭାପତି ଧରମ ସିଂ ଧରୁଆ, ସମ୍ପାଦକ ନାରାୟଣ କିସାନ, ତୁରେକେଲା ବ୍ଲକ ସମ୍ପାଦକ ନରୋତ୍ତମ ମାଝିଗିରିରାଜ ସିଂ ମାଝି ପ୍ରମୁଖ ମଞ୍ଚାସିନ ଥିଲେ l ସଭାରେ ବହୁ ସଂଖ୍ୟା ରେ ଆଦିବାସୀ ପୁରୁଷ ମହିଳା ଉପସ୍ଥିତ ଥିଲେ l ଗିରିଧାରୀ ଭୋଇ ସଭା ପରିଚାଳନା କରିଥିଲେ l ବିନୋଦ ମାଝି, ଅମର ସିଂ ମାଝି, ଶୋଭାମିତ୍ର ମାଝି, ସୁରୁ ଝାଙ୍କର, ସୁରେଶ୍ୱରୀ ଯାନୀ, ସରସ୍ବତୀ ମାଝି, ଉର୍ବଶୀ ଭୋଇ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଶୋଭାଯାତ୍ରା ପରିଚାଳନା କରିଥିଲେ l ଖେଳନ୍ତି ସମରଥ ଧନ୍ୟବାଦ ଅର୍ପଣ କରିଥିଲେ ।