
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ସରକାରଙ୍କ ଦ୍ବାରା ଲୋକଙ୍କ ଗମନାଗମନ ପାଇଁ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ଠିକା ପାଇବା ପାଇଁ ଠିକାଦାର ମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବା ସହ କମ ଟଙ୍କାରେ ଟେଣ୍ଡର ପାଇ ନିଜର ଲାଭ ଖୋର ମନବୃତି ଯୋଗୁଁ ଅତି ନିମ୍ନ ମାନର କାମ ଦେଖିବାକୁ ମିଳୁଛି ଶିକେର ଗ୍ରାମରୁ ଶିକେର ମଦ ଭାଟି ଯାଏଁ, ତାପରେ ବାଞ୍ଜି ଝାଲ ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ଥା ମଧ୍ଯ ଶୋଚନୀୟ।
ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟର ୨୪ ଘଣ୍ଟା ନ ପୁରୁଣୁ ପିଚୁ ଉଠି ଗଲାଣି, ଚିପ୍ସ ବାହାରି ପଡ଼ିଲାଣି, ପୁରୁଣା ରାସ୍ତା ଉପରେ ଗୋଟିଏ ପରସ୍ତ୍ତ ପତଳା ପିଚୁ ଢାଳିବା ଫଳରେ ସବୁ କାଢି ହୋଇଗଲାଣି। କେବଳ ଫଫସି ଛକରେ ଭଲ କାମ ହୋଇଥିବା ବେଳେ ଏହି ଦୁଇ ଗ୍ରାମରେ କାହିକି ଏପରି ଅବ୍ୟବସ୍ଥା।
ସରକାରଙ୍କ ମାଲ ଦରିଆ ମେ ଡ଼ାଲ ସଦୃଶ ବିକାଶ କାର୍ଯ୍ୟରେ ଠିକାଦାର ପୋଷା ନୀତି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ଲୋକଙ୍କ ଟ୍ୟାକ୍ସ ପଇସାରେ ବିକାଶ କାର୍ଯ୍ୟରେ ଠିକାଦାର ନିଜର ସ୍ବାର୍ଥ ପାଇଁ ଏଭଳି ଖରାପ କାମ ଯୋଗୁଁ ଲୋକଙ୍କ ଜୀବନ ଯିବା ସ୍ଵାଭାବିକ। ଏ ନେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।