ଧର୍ମଗଡ଼: ( କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଵ୍ଳକ ଘୋରାଉ କରାଯାଇଥିଲା । ଓଡିଶା ସରକାରଙ୍କ ଦୁର୍ନୀତି, ଅପାରଗତା ନେଇ ଆଜି ଭାରତୀୟ ପାର୍ଟି ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଗୋଲାମୁଣ୍ଡା ଠାକୁରଙ୍କ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କୁ ଆସିଥିଲେ ଏବଂ ବ୍ଲକ ସାମ୍ନାରେ ଶତାଧିକ କର୍ମୀଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
ବ୍ଲକ ଅଫିସରେ ବ୍ୟାପକ ଅନିୟମିତତା ଦୁର୍ନୀତି ବ୍ରାଷ୍ଟାଚାର ହେଉଥିବା, ପିସି କାରବାର ହେଉଥିବା, ମନରେଗା ଯୋଜନାରେ ଶ୍ରମିକ ବଦଳରେ ମେସିନ ଦ୍ଵାରା କାମ କରୁଥିବା ଏବଂ କେନ୍ଦ୍ର ସରକାର ଙ୍କ ଅନେକ ଯୋଜନା କୁ ନିଜ ନାମ କରି ବାହା ବାହା ନେଉଥିବା ଅଭିଯୋଗ କରିଥିଲେ ବିଜେପି ନେତୃ ବୃଦ୍ଧ ଏଵଂ ଅନ୍ୟ ମାନଙ୍କ ମଧ୍ୟ ରେ ସାଂସଦ ବସନ୍ତ ପଣ୍ଡା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମୋହର ଜିଲ୍ଲା ଉପସଭାପତି କାଳି ଚରଣ ରାଜଗୁରୁ ଜୁନାଗଡ଼ ଏନ୍ ଏ ସି ନଗର ପାଳ ମୁକେଶ ଅଗ୍ରୱାଲ ଵରିଷ୍ଟ କାର୍ଯ୍ୟ କର୍ତ୍ତା ରୂପେଶ ଜେନ ଗୋଲାମୁଣ୍ଡା ମଣ୍ଡଳ ସଭାପତି ପ୍ରଦିପ ପଣ୍ଡା ଦଶପୁର ମଣ୍ଡଳ ସଭାପତି ଲଲିତ ପ୍ରଧାନ କେଗା ମଣ୍ଡଳ ସଭାପତି ଲିଙ୍ଗ ରାଜ ଭୋଇ ସମେତ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।
ଏଵଂ ଶେଷରେ ଵ୍ଳକ ର ସମସ୍ତ ବିଭାଗ ର କର୍ମ ଚାରି ମାନଙ୍କୁ ସାଂସଦ ଶ୍ରୀ ପଣ୍ଡା ପ୍ରଶ୍ନ କରିଥିଲେ ହେଲେ କୌଣସି କର୍ମଚାରି ପ୍ରଶ୍ନର ଉତ୍ତର ଦେଇନଥିଲେ ସାଂସଦ ଶ୍ରୀ ପଣ୍ଡା ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ଧରି ଵ୍ଳକ ସମ୍ଵୁଖରେ ରହି ପ୍ରଶ୍ନ ପଚାରିଥିଲେ ହେଲେ ପ୍ରଶ୍ନ ର ଉତ୍ତର କୋୖଣସି କର୍ମ ଚାରି ଉତ୍ତର ଦେଇଥିଵାରୁ ସରକାର ଙ୍କ ଦିଆଯାଉଥିବା ଅର୍ଥ କୁ ଵାଟମଣା କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଥିଲା । ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ