ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର କୁ ବାହାରିଲା ତୁଳସୀ ରଥ l ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ପାତାଳୀ ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ନେଇ ଏହି ରଥ ବାହାରିଛି l ସୋନପୁର ବ୍ଲକ ଛକ ଠାରେ ତୁଳସୀ ରଥ ପହଂଚିବା ପରେ ଜିଲ୍ଲାପାଳ ବିମଳେନ୍ଦୁ ରୟେ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ଙ୍କ ସହିତ ଅନେକ ଭକ୍ତ ସ୍ୱାଗତ କରିଥିଲେ l
ପରେ ସହର ପରିକ୍ରମା କରିବା ପରେ ବୌଦ୍ଧ ଜିଲ୍ଲା ଦେଇ ନୟାଗଡ,ଖୋର୍ଦ୍ଧା ପରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିବ l ରାସ୍ତା ସାରା ଶ୍ରଦ୍ଧାଳୁ ମାନେ ଦେଇଥିବା ତୁଳସୀ, ଗେଣ୍ଡୁଫୁଲ ଏବଂ ପଦ୍ମ ଫୁଲ ନିଆଯିବ ଓ ପବିତ୍ର ଏକାଦଶୀ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଏହି ସବୁ ଲାଗି ହେବ l ଏହି ତୁଳସୀ ରଥ ସୋନପୁର ସହରରେ ବୁଲିବା ସହିତ ହଜାର ହଜାର ଜଗନ୍ନାଥ ପ୍ରେମୀ ଓ ଭକ୍ତ ଶ୍ରଦ୍ଧାଳୁଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଓ ତୁଳସୀ ପତ୍ର ପ୍ରଦାନ କରାଯାଇଥିଲା l