ଟିଟିଲାଗଡ: (ସଞ୍ଜୟ କୁମାର ନାୟକ) ସରକାର କୋଟି କୋଟି ଟଙ୍କା ବ୍ୟୟରେ ସବୁଆଡେ ରାସ୍ତା ନିର୍ମାଣ କରୁଛନ୍ତି ଯାହାକି ଲୋକଙ୍କ ଗମନାଗମନ ରେ ସହାୟକ ହେବ। ଏହା ସହିତ ପୁରୁଣା ରାସ୍ତା ମରାମତି ପାଇଁ ମଧ୍ଯ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆସୁଛି। ସରକାରଙ୍କ ଉଦ୍ଦେଶ୍ୟ ଯେ ଲୋକ ପ୍ରାଥମିକ ସୁବିଧାରୁ ବଞ୍ଚିତ ଯେପରି ନ ରହିଯିବେ। କିଛି ଦିନପୂର୍ବେ ଟିଟିଲାଗଡ ଠାରୁ ବଲାଙ୍ଗିର ଯିବା ମୁଖ୍ୟ ରାସ୍ତାର ଶିକେର ଗ୍ରାମ ଠାରୁ ଶିକେର ମଦଭାଟି ଯାଏଁ ଏବଂ ବାଞ୍ଜିଝାଲ ଗ୍ରାମ ଦେଇ ଯାଇଥିବା ମୁଖ୍ୟ ରାସ୍ତା ଖରାପ ହୋଇଥିବା ଯୋଗୁଁ ସରକାର ରାସ୍ତା ମରାମତି କାର୍ଯ୍ୟ କରାଉଛନ୍ତି।

ପରିତାପର ବିଷୟ ଯେ ରାସ୍ତା ଉପରେ ପତଳା ପରସ୍ତ ପିଚୁ ଢ଼ାଳି ଥିବା ଯୋଗୁଁ ତାହା ଉପରେ ଗାଡି ଚଳାଚଳ କଲେ ସବୁ ଚିପ୍ସ ବାହାରି ପଡୁଛି, କେତେକ ସ୍ଥାନରେ ତ ପୁରୁଣା ରାସ୍ତା ମଧ୍ଯ ଦିଶୁଛି, ଏଥିରୁ ଅନୁମେୟ ଯେ ରାସ୍ତା କେତେ ଭଲ ଭାବରେ ତିଆରି ହେଉଛି, କିଛି କାମ ହୋଇଥିବା ସ୍ଥାନରେ ବର୍ଷା ଦିନେ କାଦୁଆ ହେଲେ ଯେମିତି ଗାଡି ଚକ ପଡ଼ିଲେ ଭାସି ଯାଇଥାଏ, ସେହିପରି ନୂତନ ପିଚୁ କାମ ହୋଇଥିବା ସ୍ଥାନରେ ଚକ ପଡ଼ିଲେ ଗାଡି ସ୍ଲିପ ହୋଇଯାଉଛି।

ଏ ବିଷୟରେ ଆମେ ସୋମବାର ଦିନ ଖବର ପ୍ରସାରଣ କରି ମଙ୍ଗଳବାର ଦିନ କଣ୍ଟାବାଞ୍ଜି ଠାରେ ଥିବା ରାସ୍ତା ଓ କୋଠାବାଡ଼ି ବିଭାଜନ କାର୍ଯ୍ୟାଳୟର ଅଧିକ୍ଷକ ଯନ୍ତ୍ରୀ ଇ. ଅର୍ଜୁନ ବେହେରାଙ୍କ ନିକଟକୁ ଯାଇ ଏହି ନିମ୍ନ ମାନର କାର୍ଯ୍ୟ ବିଷୟରେ ତାଙ୍କୁ ଏହି କାମ କିପରି କରାଯାଉଅଛି ? କେଉଁ ଅଧିକାରି ଏହି କାର୍ଯ୍ଯ ତଦାରଖ ଦାୟିତ୍ବରେ ଅଛନ୍ତି ? ଖରାପ କାମର ଉତ୍ତୋଳନ କରିଥିବା ଭିଡ଼ିଓ ଦେଖାଇଥିଲେ । ସବୁ ଦେଖିବା ପରେ ଶ୍ରୀ ବେହେରା ଟିଟିଲାଗଡ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପଚାରି ବୁଝିବା ସହ ଅଧିକାରି ଦେଉଥିବା ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଜବାବ ତଲବ କରିଥିଲେ। କାର୍ଯ୍ୟ ହେଉଥିବା ସ୍ଥାନକୁ କାହିକି ଯାଇକି ଦେଖୁନ, ଏଭଳି ଭୂଲ କାର୍ଯ୍ଯ କରାଇବାକୁ ପ୍ରୋତ୍ସାହନ କାହିକି ଦିଆଯାଇଛି ?

ଯଥା ଶୀଘ୍ର ଭଲ ଭାବରେ କାମ କର ନହେଲେ ଏହିଭଳି କାମ କଲେ ଠିକାଦାରଙ୍କୁ ବ୍ଲାକ ଲିଷ୍ଟେଡ କରିଦିଆଯାଉ ବୋଲି ତାଗିଦ କରିଥିଲେ। ଆମ ପ୍ରତିନିଧି ଶ୍ରୀ ସଞ୍ଜୟ କୁମାର ନାୟକଙ୍କୁ କେମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିବା ସହ ଆପଣଙ୍କ ଅଭିଯୋଗ କ୍ରମେ ଆଗାମୀ ଦୁଇ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଦେଖନ୍ତୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ କଣ୍ଟାବାଞ୍ଜି ଠାରେ ଥିବା ଅଧିକ୍ଷକ ଯନ୍ତ୍ରୀଙ୍କ ଅଜାଣତରେ ଏହିଭଳି କାମ କରିବା ପାଇଁ ଟିଟିଲାଗଡ ଅଧିକାରି କିପରି ସାହସ କରୁଛନ୍ତି ?

ଏମିତି ଟିଟିଲାଗଡ ସହର ଭିତରେ ମଧ୍ୟ ଏମିତି ନିମ୍ନ ମାନର କାର୍ଯ୍ୟ ହୋଇଥିଲା। ଟିଟିଲାଗଡ ଏସଡିଓ କାର୍ଯ୍ୟାଳୟରେ ରହୁ ନ ଥିବା ବେଳେ କାର୍ଯ୍ଯ ହେଉଥିବା ସ୍ଥାନକୁ କାହିକି ଦେଖିବାକୁ ଯାଉ ନାହାଁନ୍ତି ? ଏମିତି ନିମ୍ନ ମାନର କାର୍ଯ୍ୟ କରିବାକୁ ପ୍ରଶ୍ରୟ କିଏ ଦେଇଛି ? ଟିଟିଲାଗଡର ଅଧିକାରୀ କରୁଛନ୍ତି କଣ ? ଏମିତି ନିମ୍ନ ମାନର କାର୍ଯ୍ୟକୁ ନ ଦେଖି ବିଲ ପାସ ହେଉଛି କିପରି ? ଜିଲ୍ଲାପାଳ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।