
କଳାହାଣ୍ଡି: (ନରେନ୍ଦ୍ର ନେଗୀ)ସାଂପ୍ରତିକ ଓଡ଼ିଶା ସରକାର ଦୁର୍ନୀତି ର ଚରମ ସୀମା ରେ ରହି ଓଡ଼ିଶା ବାସୀଙ୍କୁ ବିକାଶ ର ନୂତନ ସୂର୍ଯ୍ୟାଲୋକ ଦେଖାଇ ଆଭ୍ୟନ୍ତରୀଣ ଲୁଟ କରି ଚାଲିଥିବା ଅଭିଜୋଗ ଆଣି ବି ଜେ ପି ସମଗ୍ର ଓଡ଼ିଶା ରେ ଜନ ଆକ୍ରୋଶ ଆନ୍ଦୋଳନ ଆରମ୍ଭ କରିଛି|ମଙ୍ଗଳବାର ଶତାଧିକ ବି ଜେ ପି କର୍ମୀ ସ୍ଥାନୀୟ ଦୁର୍ଗା ମନ୍ଦିର ପରିସର ରୁ ଏକ ବିଶାଳ ପଟୁଆର ରେ ବାହାରି ନଗର ପରିକ୍ରମା କଲା ପରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବି ଜେ ଡି ସରକାର ଓ ପ୍ରଶାସନ ବ୍ୟବସ୍ଥାରେ ଲାଭ ଖୋର ମନୋବୃତ୍ତି ବିରୁଦ୍ଧରେ ଗର୍ଜନ କରିଥିଲା|
ପ୍ରଧାନ ମନ୍ତ୍ରୀ ଆବାସ, କର୍ମନିଯୁକ୍ତି ଯୋଜନା ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ରେ ଯନ୍ତ୍ରୀ ମାନଙ୍କୁ ଢାଲ କରି ବିକାଶ ଧାରା କୁ ଲୁଟି ଚାଲି ଥିବା ଘଟଣା କୁ ନେଇ ବକ୍ତା ମାନେ ଗର୍ଜନ କରିଥିଲେ|
କଳାହାଣ୍ଡି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଆରମ୍ଭ ହୋଇଥିବା ବିକ୍ଷୋଭ ସଭାରେ ପୂର୍ବ ସଭାପତି ଶେଷ ଦେବ ବେହେରା, ଭବେନ୍ଦ୍ର ପଣ୍ଡା, ହିମାଂଶୁ ଶେଖର ମେହେର, ପୂର୍ବ ସାଂସଦ ଅର୍କ କେଶରୀ ଦେଓ , ଲକ୍ଷ୍ମୀ କାନ୍ତ ବାଗ, କାଳୀ ପ୍ରସାଦ ରାଇଗୁରୁ, ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ଦୀପ ଜ୍ୟୋତି ମୁଣ୍ଡ, ମମତା ପଣ୍ଡା, ବିଜୟ ଦିସାରି, ଉଆଁସୁ ବିଶ୍ଵାଳ, ବିମୁଗ୍ଧ ପଣ୍ଡା, ବୈଦ୍ୟନାଥ ଠାକୁର, ମନୋଜ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅଙ୍ଗଡ ମାଝୀ ପ୍ରମୁଖ ଉଦବୋଧନ ଦେଇଥିଲେ|ତୀର୍ଥ ରାଜ ଦଳପତି ମଞ୍ଚ ପରିଚାଳନା କରିଥିଲେ|ଏହି ଅବସର ରେ ବ୍ଲକ ପ୍ରଶାସନ ମାଧ୍ୟମ ରେ ରାଜ୍ୟପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇ ଥିଲା|