ବୌଦ୍ଧ: ୨୧ /୧୧ (ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସଗଡା ଫାଣ୍ଡି ଅନ୍ତର୍ଗତ ରାବନେଶ୍ୱର ଜଙ୍ଗଲ ରେ ପୋଲିସ୍ ଓ ମାଓବାଦୀ ଙ୍କ ମଧ୍ୟରେ ପ୍ରାୟ 50ମିନିଟ୍ ଧରି ଗୁଳି ବିନିମୟ ହୋଇଥିବା ସୁଚନା ମିଳିଛି। ସୂଚନା ମତେ ରବନେଶ୍ୱର୍ ଜଙ୍ଗଲ ରେ କିଛି ମାଓବାଦୀ ରହୁଥିବା ସନ୍ଧେହ କରି ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ SOG ଓ DVF ଟିମ୍ କୁ ନେଇ ଚଢ଼ଉ କରିଥଲେ।

ଏବଂ ଉଭୟ ଙ୍କ ପକ୍ଷରୁ ଦୀର୍ଘ୫୦ ମିନିଟ୍ ଧରି ଗୁଳି ବିନିମୟ ହୋଇଥିଲା। ତା ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣା ସ୍ଥଳରୁ ପୋଲିସ୍ କିଛି ମଓସାମଗ୍ରି ଜବତ୍ କରିଥିବା ଏବଂ ଏ ନେଇ ମନମୁଣ୍ଡ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଏସପି ରାଜ ପ୍ରସାଦ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।