ଧର୍ମଗଡ଼:( ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବସ୍ତିପଡା ଠାରେ ନଵଦିନାତ୍ମକ ଶ୍ରୀ ରାମ ଚରିତ ମାନସ ପାରାୟଣ ପବିତ୍ର କାର୍ତ୍ତିକ ମାସରେ ନଵଦିନାତ୍ମକ ଶ୍ରୀ ରାମ ଚରିତ ମାନସ ପାରାୟଣ ଓ ମହାଯଜ୍ଞ ତା ୧୭/୧୧/୨୩ ଠାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ଦିନ ତା ୨୭/୧୧/୨୩ ରେ ପୂର୍ଣ୍ଣାହୁତି ହେବ। ଏଣୁ ପ୍ରତ୍ୟେକ ଦିନ ସକାଳକୁ କାର୍ତ୍ତିକ ପରାୟଣ ଚାଲିଥିବା ବେଳେ ସକାଳ ନଅ ଘଣ୍ଟା ଠାରୁ ରାମଚରିତ ମାନସ ପାରାୟଣ ଚାଳୁଅଛି ଏହି ପରାୟଣ ପାଠ କରିଵା ପାଇଁ କଟାଵାଞ୍ଜି ଜିଲ୍ଲା ରୁ ଗିରିଧାରୀ ସୋନି ଏଵଂ ତାଙ୍କ ଟିମ୍ ପାଠ କରୁଥିବା ବେଳେ ପ୍ରତ୍ୟେକ ଦିନ କଣ୍ଟାବାଞ୍ଜି ଜିଲ୍ଲା ରୁ ଆସିଥିବା ଗିରିଧାରୀ ସୋନି ଏଵଂ ତାଙ୍କ ଟିମ୍ ଙ୍କ ଦ୍ବାରା ରାତିରେ ପ୍ରଵେଚନ ଚାଳୁଅଛି।

କାର୍ତ୍ତିକ ପରାୟଣ ପାଠ କରିଵା ପାଇଁ ଉପେନ୍ଦ୍ର ପଣ୍ଡା ପାଠ ବେଳେ ଆଜି ଆଜି ଵୁଧଵାର ସନ୍ଧ୍ୟାରେ ରାମ ସୀତା ଵିଵାହ ଧୂମଧାମରେ ପାଳିତ ହେଇଥିବା ଦେଖିବାକୁ ମିଳିଥିଲା ଏହି ଵିଵାହ ଛୋଟ ଛୋଟ ପୁଅ ଝିଅଙ୍କୁ ରାମ ସୀତା ଵେସ ରେ ସାଜସଜ୍ଜା କରି ଵରାତୀ ଵାହିରି ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା। କର୍ତ୍ତା ହିସାବ ରେ ନିହାର ରଞ୍ଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ନିହା ସାହୁ ତୁଲାଉଥିଵାଲେ। ପୂଜା କମିଟିର ସଦସ୍ୟ ରଙ୍ଗାଧର ଭୋଇ କ୍ଷୀତିଷ ମଶ୍ରା ସରୋଜ ସାହୁ କୁମୁଦ ସାହୁ ଗୋକୁଳ ବେହେରା ନରସିଂହ ମଶ୍ରା ଗଣା ମଶ୍ରା ଶିବ ମାଝୀ ପରୀକ୍ଷିତ ସୁନାମୀ ସମେତ ଧର୍ମଗତ ବସ୍ତିପଡା ର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି।