ବଲାଂଗୀର ବ୍ୟୁରୋ:୨୨/୧୧ 🙁 ନରେନ୍ଦ୍ର ନେଗୀ)କଣ୍ଟାବାଞ୍ଜି ଏନଏସି ଛକ ନିକଟରେ ସ୍ଵାଧୀନତା ପୁର୍ବରୁ ଗୋଟିଏ ରେଲୱେ ଫାଟକ ରହିଥିଲା । ବର୍ଷ ୨୦୧୮ ମସିହା ରେ ରେଳ କତୃପକ୍ଷ ପୋଲିସ୍ ଥାନା ନିକଟ ରେ ତିଆରି କରିଥିଲେ ଗୋଟିଏ ଭୁତଳ ପୋଲ ଏବଂ ଏହି ଭୁତଳ ପୋଲ ନିର୍ମାଣ ହେବା ଯୋଗୁଁ କଣ୍ଟାବାଞ୍ଜି ରେ ଟ୍ରାଫିକ ସମସ୍ୟା ସମାଧାନ ହୋଇଥିଲା। ଲୋକ ଖୁସି ହୋଇଥିଲେ। ହେଲେ ଏହି ଭୁତଳ ପୋଲ ତିଆରି ସରିଲା ପରେ ରେଲୱେ କତୃପକ୍ଷ ସବୁ ଦିନ ପାଇଁ ଏନଏସି ଛକ ରେ ଥିବା ଫାଟକକୁ ବନ୍ଦ କରିଦେଇଥିଲେ ।

ଏହା କୁ ନେଇ ଲୋକ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହି ଫାଟକ ବନ୍ଦ ହେବା ଯୋଗୁଁ ୱାର୍ଡ ନମ୍ବର ୧,୧୪,୧୫, ସହିତ ଗ୍ରାମାଞ୍ଚଳ ଲୋକ ହଇରାଣ ହେଉଛନ୍ତି। ସେତେବେଳେ ଆୟୁବ ଖାଁ ରେଲୱେ କତୃପକ୍ଷ ନିକଟରେ ଗୋଟିଏ ଛୋଟ ଭୂତଳ ପୋଲ ଚୈତନ ପ୍ରଧାନ ଛକ ନିକଟରେ ତିଆରି କରିବା ପାଇଁ ଦାବି କରିଥିଲେ। ପ୍ରଭାବିତ ମାନେ ମଣ୍ଡଳ ରେଲ ପ୍ରବନ୍ଧକ, ଜୋନ ମହାପ୍ରବନ୍ଧକ ନିକଟ ରେ ବାରମ୍ବାର ଅନୁରୋଧ କରିଥିଲେ । ୨୦୧୯ ଲୋକ ସଭା ନିର୍ବାଚନ ଜିଣିବା ପରେ ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓ ଙ୍କୁ କଣ୍ଟାବାଞ୍ଜି ବାସୀ ତରଫରୁ ଏହି ଦାବି ବାରମ୍ବାର କରା ଯାଇଥିଲା ।

ସାଂସଦ ସଂଗୀତା ସିଂଦେଓ ଅଞ୍ଚଲ ବାସୀ ଙ୍କୁ ୪ ବର୍ଷ ରୁ କେବଳ ପ୍ରତିଶ୍ରୁତି ଦେଉଛନ୍ତି। ସେ ଯେମିତି ହେଲେ ଏହା କୁ ନିର୍ମାଣ କରାଇବେ, ଅର୍ଥ ର ଅଭାବ ହେବା କୁ ଦେବେ ନାହିଁ, ରେଳୱେ ରୁ ଅନୁମୋଦନ କରାଇ ଏହି ପୋଲ ନିର୍ମାଣ କରାଇବେ, ଯଦି ଅର୍ଥ ଅଭାବ ହୁଏ ତାହେଲେ ନିଜର ସାଂସଦ ପାଣ୍ଠି ରୁ ଅର୍ଥ ଦେବେ ବୋଲି କହିଲେ । ହେଲେ ତାଙ୍କ ଏହି କଥା କୁ ୪ ବର୍ଷ ରୁ ଅଧିକା ସମୟ ହେଲାଣି, ପୂର୍ବ ରୁ ଏହି ଭୁତଳ ନିର୍ମାଣ ଦାବି କଣ୍ଟାବାଞ୍ଜିର ଅନେକ ସାମାଜିକ ସଂଗଠନ ରେଳ କତୃପକ୍ଷଙ୍କୁ ଦାବି କରିଥିଲେ । ଅନେକ ସମୟରେ ଲୋକେ ଟ୍ରେନ ଲାଇନ୍ ଉପର ଦେଇ ଯିବା ଆସିବା କରୁଛନ୍ତି ଏବଂ ଟ୍ରେନ ରେ କଟି ତାଙ୍କ ଜୀବନ ଯାଉଛି ।

କିଛି ଦିନ ଆଗରୁ ଜଣେ ନେତା ଭୂତଳ ପୋଲ ପାଇଁ କେନ୍ଦ୍ର ସରକାର୍ ତରଫରୁ ଟଙ୍କା ମଞ୍ଜୁର କରାଯାଇଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏବଂ ସାଂସଦଙ୍କୁ ଧନ୍ୟବାଦ୍ ଜଣାଇଥିଲେ କିନ୍ତୁ କୁଆଡେ ବୋଧେ ହଜିଗଲା ସେହି ଟଙ୍କା। ସେହି ଚିଠି ଛାଡ଼ିବା ଟା ପ୍ରାୟ ୬ ମାସ ହେଲାଣି ହେଲେ ଆଜି ଯାଏ ଭୂତଳ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ।ଲୋକଙ୍କ ସାଂସଦଙ୍କ ପ୍ରତି ଅସନ୍ତୋଷ ବଢ଼ିବାରେ ଲାଗୁଛି। ଏହି ଭୁତଳ ନିର୍ମାଣ ନ ହେବାରୁ ଶହର ବାସୀ ବହୁ ଅସୁବିଧା ର ସମ୍ମୁଖୀନ ହେବା ର ନଜିର ରହିଛି। ସହର ର ବହୁ ୱାର୍ଡ ଏହି ପୋଲ ନ ହେବା ଯୋଗୁଁ ଅସୁବିଧା ର ସମ୍ମୁଖୀନ ହେଉ ଥିବା ବେଳେ ଗ୍ରାମାଞ୍ଚଲ ଲୋକ ମଧ୍ୟ ଅସୁବିଧା ଭୋଗ କରୁଛନ୍ତି ।

ବାଧ୍ୟ ହୋଇ ରେଳ ଲାଇନ୍ ଡେଇଁ ନିଜ ଜୀବନକୁ ବାଜି ଲଗେଇ ଯିବା ଆସିବା କରୁଛନ୍ତି। ଦେଖିବାକୁ ବାକି ରହିଲା ସାଂସଦ ସଂଗୀତା ସିଂଦେଓ କଣ ପଦକ୍ଷେପ ନେବେ ନିଜର ପାଣ୍ଠି ରୁ ଅର୍ଥ ଦେବେ, ନା ରାଜ୍ୟ ସରକାର ଉପରେ ଭରସା କରିବେ। ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏହି ଭୁତଳ ପୋଲ କୁ ନେଇ କଣ୍ଟାବାଞ୍ଜି ଜନ ସାଧାରଣ କୁ ୪ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ମିଥ୍ୟା ପ୍ରତିଶୃତି ଦେଇ ଆସୁଛନ୍ତି। ତାଙ୍କୁ ଆଗାମୀ ନିର୍ବାଚନ ରେ କଣ୍ଟାବାଞ୍ଜିବାସୀ ଉଚିତ୍ ଜବାବ ଦେବେ ବୋଲି କିଛି ମତଦାତା କହିଛନ୍ତି।