
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ରୁ ବଲାଙ୍ଗିର ଯିବା ଏମଡିଆର ୪୦ ରାସ୍ତାର ମରାମତି କାର୍ଯ୍ୟ ଚାଲିଥିଲା। କାର୍ଯ୍ୟର ମାନ ଅତି ନିମ୍ନ ମାନର ଅଭିଯୋଗ କରିଥିଲେ ଗ୍ରାମବାସୀ ଓ ବିଜେପି ନେତା ମହେନ୍ଦ୍ର ଠାକୁର।ସୋମବାର ଦିନ ଖବର ପ୍ରସାରଣ ହେବା ପରେ ଆମ ପ୍ରତିନିଧି ଶ୍ରୀ ସଞ୍ଜୟ କୁମାର ନାୟକ କଣ୍ଟାବାଞ୍ଜି ଠାରେ ଥିବା ରାସ୍ତା ଓ କୋଠାବାଡ଼ି ବିଭାଜନ କାର୍ଯ୍ୟାଳୟର ଅଧିକ୍ଷକ ଯନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବା ପରେ ଦୁଇ ଦିନ ସମୟ ମାଗିଥିଲେ।
ଦୁଇ ଦିନ ମଧ୍ୟରେ ପୁଣି ଥରେ ସେହି ରାସ୍ତା କାମ କରିବାକୁ ଟିଟିଲାଗଡର ଅଧିକାରୀ ଓ ଠିକାଦାରଙ୍କୁ ତାଗିଦ କରିଥିଲେ। ଫଳ ସ୍ୱରୂପ ଗୁରୁବାର ଦିନ ଆମ ପ୍ରତିନିଧି ଯାଇ ସେହି ଶିକେର ଓ ବାଞ୍ଜୀଝାଲ ଗ୍ରାମକୁ ଯାଇ ସ୍ଥିତି ନିରୀକ୍ଷଣ କରିଥିଲେ। ଗ୍ରାମବାସୀଙ୍କ କହିବାନୁଯାୟୀ ଖବର ପ୍ରସାରଣର ଗୋଟିଏ ଦିନ ପରଠାରୁ ରାତି ଦିନ ଉଭୟ ସମୟରେ ରାସ୍ତା କାମ ପୁଣି ଥରେ କରଯାଇଛି। ସେଥିପାଇଁ ସାମ୍ୱାଦିକ ସଞ୍ଜୟ କୁମାର ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସି।
ଏଠାରେ ଗୋଟିଏ ଜିନିଷ ପ୍ରମାଣିତ ହେଲା ଯେ ଯେଉଁ ଗ୍ରାମରେ ସଚେତନ ନାଗରିକ ଥିବେ ସେମାନେ ହିଁ ନିଜର ହକ ପାଇଁ ସ୍ୱର ଉତ୍ତୋଳନ କରିବେ। ଦ୍ୱିତୀୟତ ଯେଉଁ ଠିକାଦାର ଏହିଭଳି ଦୁର୍ନୀତି କାମ କରୁଛନ୍ନ୍ତି ତାଙ୍କୁ ବ୍ଲାକ ଲିଷ୍ଟେଡ କରାଯାଉ ନାହିଁ କାହିଁକି ବୋଲି ଲୋକେ ପ୍ରଶ୍ନ ପଚାରିଛନ୍ତି ଅଧିକାରୀଙ୍କୁ ? ଥୁକ୍ ପାଲିସ କାମ କରି ବିଲ ପାସ କରି କାର୍ଯ୍ଯ କରୁଥିବା ଏହି ଠିକାଦାରଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ଦେଖିବାକୁ ରହିଲା ? ଟିଟିଲଗଡ ନିର୍ବାଚନ ମଣ୍ଡଳୀରେ ଏହିଭଳି ଅନିୟମିତତା କାର୍ଯ୍ୟ କରୁଥିବା ଲୋକଙ୍କ ବିରୁଦ୍ଧରେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି।