ବଲାଙ୍ଗୀର ବ୍ୟୁରୋ: ୨୩/୧୧(ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ର ବ୍ଲକ୍ ସଭା ଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଆଯୋଜନ କ୍ରମେ ବେଲପଡ଼ା ବ୍ଲକ୍ ପାଇଁ ବିଜୁ କନ୍ୟା ରତ୍ନ ଯୋଜନ। ର ଶୁଭ।ରମ୍ଭ କରିଥିଲେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଉପାଧକ୍ଷ ଦୁର୍ଯୋଧନ କୁମ୍ଭାର ।ଏହି ଅବସରରେ ବ୍ଲକର ଦ।ଇତ୍ୟରେ ଥିବା ସିଡ଼ିପୀଓ ମେନକା କୁମ୍ଭାର, ଏବିଡିଓ ସ।ରଥି ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଭିଜିତ ସେଠ୍,ଜିଲ୍ଲା ପରିଷଦ ସଭ୍ୟ। ଅନିମା ଦାସ, ଗୋଷ୍ଟୀ ଉନ୍ନୟନ ଅଧିକ।ରୀ ରାଜେଶ କୁମାର ମେହେର, ଶିଶୁ ମଙ୍ଗଳ ସମିତିର ଲୀନ। ବାବୁ, ସନ୍ଧ୍ୟାର।ଣୀ ପଣ୍ଡା ଉପସ୍ଥିତ ରହି ଲୋଗୋ ଉନ୍ମୋଚନ କରିଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା ପୋଷ୍ୟ ସନ୍ତାନ ଗ୍ରହଣ, କିଶୋର ନ୍ୟାୟ ଆଇନ, ଶିଶୁ ଗୃହ ଉପରେ ଓ ବିଭିନ୍ନ ଯୋଜନା ଉପରେ ଜଣାଇଥିଲେ।ଏହି ଅବସରରେ ଅରୁଣା ର ଜିଲ୍ଲା ପରାମର୍ଶଦାତା ଶ୍ରୀଯୁକ୍ତ ପ୍ରମୋଦ ବଗର୍ତ୍ତୀ ଆଶିର୍ବାଦ ଯୋଜନା ର ସହାୟତା ରାଶି, ପୃଷ୍ଠପୋଷକତା ସହାୟତା ରାଶି, ମିଶନ୍ ବାତ୍ସଲ୍ୟ ର ମାର୍ଗଦର୍ଶିକାରେ ଗ୍ରାମ ପଞ୍ଚାୟତ ର ଜିପିଡିପି ର ବାର୍ଷିକ ଯୋଜନା ରେ ୫% ଅନୁଦାନ ସ୍ଵତନ୍ତ୍ର ଭାବେ ରଖି କାର୍ଯକାରୀ କରିବାକୁ ବ୍ୟବସ୍ଥା ଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କ ଯତ୍ନ ନିମନ୍ତେ ଖର୍ଚ୍ଚ କରିପାରିବେ ବୋଲି ପୁଙ୍ଖାନୁପୁଙ୍ଖ ଭାବରେ ଜଣାଇଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।