
କଳାହାଣ୍ଡି:( ନରେନ୍ଦ୍ର ନେଗୀ)୨୩/୧୧:ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ଓ ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ପରିବହନ ବିଭାଗର କର୍ମକର୍ତ୍ତା, ସଡ଼କ ସୁରକ୍ଷା ସମିତି ସଭ୍ୟ ତଥା ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟଙ୍କ ସୂଚନା ଅନୁସାରେ ଗତ ଅକ୍ଟୋବର ମାସରେ ରାଜସ୍ୱ ଆଦାୟ ୩ କୋଟି ୫୦ ଲକ୍ଷ ୪୮ ହଜାର ୫ ଶହ ୬୬ ଟଙ୍କା ପରିବହନ ରାଜସ୍ୱ ଆଦାୟ କରିଛି । ଯାହାକି ଧାର୍ଯ୍ୟ ରାଜସ୍ଵର ଶତକଡା ୮୯ ଭାଗ ଅଟେ ।
ଗତ ଅକ୍ଟୋବର ମାସରେ ଜିଲ୍ଲାରେ ୩୪ ଟି ଦୁର୍ଘଟଣାରେ ୧୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାରେ ୨୦୨୩ ମସିହା ଅକ୍ଟୋବର ସୁଦ୍ଧା ରାସ୍ତା ଦୁର୍ଘଟଣାରେ ମୋଟ ୧୨୨ ଜଣଙ୍କ ମୃତ୍ୟୁ ଘଟିଛି।ଗତ ଅକ୍ଟୋବର ମାସରେ ହେଲମେଟ ପିନ୍ଧିଥିବା ନଥିବା ୪୬୮ ଜଣ , ଅତ୍ୟଧିକ ବେଗରେ ଯାନ ଚଳାଉଥିବା ୬୯୮ ଜଣ , ଗାଡ଼ି ଚଳାଇବା ସମୟରେ ଫୋନ ବ୍ୟବହାର କରୁଥିବା ୪୭ ଜଣ ଏବଂ ୬୯ ଜଣଙ୍କୁ ମଦ୍ୟପାନ କରିଥିବା ଅପରାଧରେ ମୋକଦ୍ଦମା ରୁଜ୍ଜୁ ହୋଇଥିଲା ଏବଂ ୧୪୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବିତ କରାଗଲ l
ଏହି ବୈଠକରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଆସନ୍ତା ଡ଼ିସେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ କଡାକଡି ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ସପ୍ତାହ ମଧ୍ୟରେ ବିନା ହେଲମେଟ ଗାଡି ଚାଳନl , ଅତ୍ୟଧିକ ବେଗରେ ଗାଡି ଚଳାଇବା , କମ୍ ବୟସର ପିଲାମାନଙ୍କ ଦ୍ବାରା ଗାଡ଼ି ଚଳାଇବା,ଗାଡି ଚାଳନ ସମୟରେ ମୋବାଇଲ ବ୍ୟବହାର କରିବା , ମଦ୍ୟପାନ କରି ଗାଡି ଚଳାଇବା ଓ ଧାର୍ଯ୍ୟ କ୍ଷମତାରୁ ଅଧିକ ମାଲ ବୋହିବା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଆଇନ ଅମାନ୍ୟକାରୀଙ୍କୁ ଦଣ୍ଡିତ କରିବା ପାଇଁ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ପୋଲିସ ଓ ପରିବହନ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।
ଏହି ସପ୍ତାହ ମଧ୍ୟରେ ପୋଲିସ ଦ୍ବାରା ଦୈନନ୍ଦିନ ଚେକିଂ କରିବା ପାଇଁ ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ ।ସମସ୍ତ ବିଭାଗ ସ୍ବାସ୍ଥ୍ୟ, ପୋଲିସ , ଶିକ୍ଷା,ଅବକାରୀ,ଜାତୀୟ ରାଜପଥ,ରାସ୍ତା ଓ ଗୃହ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ, ପୌର ପରିଷଦ, ଏନ୍ ଏ ସି, ସୂଚନା ଓ ଲୋକସମ୍ପର୍କ, ଓ ଏସ ଆର ଟି ସି ସହଯୋଗରେ ଏହି ସପ୍ତାହରେ ଯେପରି ସଡକ ଦୁର୍ଘଟଣା ନ ଘଟେ ସେଥିପାଇଁ ସମସ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।ପରିବହନ ବିଭାଗ ଦ୍ଵାରା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।