ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଦେବୀ ସୁଭଦ୍ରା ଙ୍କ ରଥ ଚକ। ଏହି ରଥ ଚକ ପାତାଳୀ କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ଠାରେ ରହିବ । କୋଟସମଲେଇ ପାତାଳୀ କ୍ଷେତ୍ର ରୁ ଯାଇଥିବା ତୁଳସୀ ଗାଡିରେ ଶ୍ରୀକ୍ଷେତ୍ର ପୁରୀରୁ ଦେବୀ ସୁଭଦ୍ରା ଙ୍କ ରଥରେ ଲାଗି ଥିବା ଏକ ଚକ ଆସିଛି ।

ଏହା କୁ ନେଇ ଆସିଥିବା ଗାଡ଼ି ଟି ସୋନପୁର ସହର ତେଲନଦୀ ପୋଲ ନିକଟରେ ପହଞ୍ଚିବା ପରେ ଜିଲ୍ଲାପାଳ ବିମଳେନ୍ଦୁ ରୟେ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ଓ ସୋନପୁରବାସି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ । ଗାଡ଼ିଟି ସୋନପୁର ସହର ସାରା ବୁଲିବା ପରେ ପାତାଳୀ ଶ୍ରୀକ୍ଷେତ୍ର ଅଭିମୁଖେ ଯାଇଥିଲା । ସେଠାରେ ସାଧାରଣ ଭକ୍ତ ଙ୍କ ଦର୍ଶନ ପାଇଁ ରଖାଯିବ ବୋଲି ଜଣା ପଡିଛି ।