ହରଭଙ୍ଗା: ୮/୧୨ (ଚିତ୍ତରଞ୍ଜନ ସିଂହ)ସ୍ପିରିଟି କାରଖାନା ବିଡ଼ିପିଏଲ ପାଚେରୀ ବାହାରେ ପଡିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ । ଚିରା ଟଙ୍କା ପଡିଥିବାର ଦେଖି ବୋହି ନେଲେ ସ୍ଥାନୀୟ ଲୋକ । ୫ସହ ଟଙ୍କିଆ ନୋଟ ସହ ପଡିଛି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର । ତୃତୀୟ ଦିନରେ ଆୟକର ବିଭାଗ ର ରେଡ଼ ।

ଦୀର୍ଘ ତିନିଦିନ ହେଲା ଚାଲିଛି ରେଡ଼ । ଭାରତ ର ବଡ଼ ସ୍ପିରିଟି କାରଖାନା ବିଡ଼ିପିଏଲ (ବୌଦ୍ଧ ଡିସଟିଲାରୀ ପ୍ରାଇଭେଟ ଲିମିଟେଡ଼) ଉପରେ ପଡିଛି ରେଡ଼ । ଏବେ କଳା ଧନ ଲୋଚେଇବା ପାଇଁ ପାଚେରୀ ବାହାରେ ଫୋପଡୁଛି କମ୍ପାନୀ ।

ତେବେ କେତେ ଟଙ୍କା ଏଭଳି ବାହାରେ ଫୋପାଡ଼ିଛି କମ୍ପାନୀ । ତାହା ଏବେ ତଦନ୍ତ ସାପେକ୍ଷ । ବଲାଙ୍ଗୀର ଭଳି ବୌଦ୍ଧ BDPL ରେ ମଧ୍ୟ ରହିଛି କି ଅମାପ କଳା ଧନ ଏଭଳି ଏବେ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ତିନିଦିନ ଆୟକର ରେଡ଼ ଚାଲିଥିବା ବେଳେ ଏପଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଗଣମାଧ୍ୟମ କୁ ବିଭାଗ ପକ୍ଷରୁ ଦିଆ ଯାଇନାହିଁ।