ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ଓଡିଶା ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତି ରଞ୍ଜନ ଘଡେଇ ଆଜି ଭୁବନେଶ୍ୱର ଠାରେ ନୂଆ ଓଡିଶା ( ନୂତନ, ଉନ୍ନତ, ଅଭିଳାଷ ଓଡିଶା ) ର ଶୁଭାରମ୍ଭ କରିଛନ୍ତି l ଏହି ଉପଲକ୍ଷେ ଏକ ଜ଼ିଲ୍ଲା ସ୍ତରୀୟ ସଭା ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହ, ବୌଦ୍ଧ ଠାରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ, ବୌଦ୍ଧ ଶ୍ରୀଯୁକ୍ତ ରବି ନାରାୟଣ ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l

ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷl, ଜ଼ିଲ୍ଲା ପରିଷଦ, ବୌଦ୍ଧ ଶ୍ରୀମତୀ ପ୍ରଭାସିନୀ ଦାଶ, ସମ୍ମାନୀତ ଅତିଥି ଭାବେ ଉପ – ସଭାପତି, ଜ଼ିଲ୍ଲା ପରିଷଦ ଶଙ୍କର୍ଷଣ ପ୍ରଧାନ, ଉପ -ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ କଁହର ଯୋଗ ଦେଇଥିଲେ l ରାଜ୍ୟ ସରକାର ଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ନୂଆ ଓଡିଶା ଯୋଜନା ମାଧ୍ୟମ ରେ ଜ଼ିଲ୍ଲା ସ୍ତରରେ ଯୁବକ, ଯୁବତୀ ମାନଙ୍କୁ ନୂତନ ଜ୍ଞାନ କୌଶଳ ମାଧ୍ୟମ ରେ ଦକ୍ଷତା ବିକାଶ ତାଲିମ ଓ ନିଯୁକ୍ତି ର ବ୍ୟବସ୍ଥା କରାଯାଇଛି l

ଜ଼ିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ଦକ୍ଷତା ବିକାଶ ତଥା ଜ଼ିଲ୍ଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ ସଭା ଆରମ୍ଭ ରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ସଭାର ଆୟୋଜନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ଦକ୍ଷତା ମିଶନ ର ଅଧିକାରୀ ତଥା କର୍ମଚାରୀ ବୃନ୍ଦ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ, ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l