ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ରାଜ୍ୟ ସରକାରଙ୍କ ନାଗରିକ ତୀର୍ଥ ଯାତ୍ରା ଯୋଜନା ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରୁ ଜିଲ୍ଲାର ୫୯ ଜଣ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ ବାହାରିଥିବା ତୀର୍ଥ ଯାତ୍ରୀକୁ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ଦଳେଇ, ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିବା ସହ ସଫଳ ଯାତ୍ରା ନିମନ୍ତେ ଶୁଭକାମନା କରିଛନ୍ତି l

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ , ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ତଥା ବରିଷ୍ଠ ନାଗରିକ ସଂଘ ସୋନପୁର ତରଫରୁ ଉପଦେଷ୍ଟା ଗୋରେଖନାଥ ସାହୁ, ଜ୍ୟୋତିରଞ୍ଜନ ପଟ୍ଟନାୟକ ସମେତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ଉପସ୍ଥିତ ରହି ବରିଷ୍ଠ ତୀର୍ଥ ଯାତ୍ରୀଙ୍କ ସଫଳ ତୀର୍ଥ ଭ୍ରମଣ ପୂର୍ବକ ଦିବ୍ୟ ଦର୍ଶନ ଅନୁଭବ ନିମନ୍ତେ ଶୁଭ କାମନା କରି ଉତ୍ସାହିତ କରିଥିଲେ l

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ବ ସହାୟକ ସହଦେଵ ମେହେର ଓ ବିଶ୍ୱପ୍ରତାପ ସେଠ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାରୁ ବରିଷ୍ଠ ତୀର୍ଥ ଯାତ୍ରୀ ଙ୍କୁ ନେଇ ବାହାରିଥିବା ଏହି ବସ ଆଜି ସନ୍ଧ୍ୟା ରେ ସମ୍ବଲପୁର ପର୍ଶୁରାମ ଭବନରେ ପହଂଚି ରାତ୍ରୀ ରହଣି କରିବ l ସରକାରଙ୍କ ଦ୍ୱାରା ବ୍ୟବସ୍ଥିତ ସ୍ୱତନ୍ତ୍ର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନ ଆମ ଜିଲ୍ଲାର ୫୯ ଜଣ ବରିଷ୍ଠ ତୀର୍ଥ ଯାତ୍ରୀ ଙ୍କ ସହ ପଡୋଶୀ ୭ ଟି ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଙ୍କୁ ନେଇ କୋଲକତା ଓ କାମାକ୍ଷ୍ୟା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି l