ଭବାନୀପାଟଣା :୧୦/୧୨(ନରେନ୍ଦ୍ର ନେଗୀ)ହାତୀ ଆକ୍ରମଣରୁ ଜନ ସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣର ଶୀକlର ହେଲେ ରେଞ୍ଜର l ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଆମ ପଡା ଗ୍ରାମ ନିକଟରେ lରବିବାର ସକାଳେ ଏକ ହାତୀ ପଲ ନର୍ଲା ଜlମ ପଦର ନିକଟସ୍ଥ ଆମପଡା ବିଲରେ ଥିବା ଖବର ପାଇଥିଲା ବନ ବିଭାଗ l

ଖବର ପାଇ ନର୍ଲା ରେଞ୍ଜର ପ୍ରଶାନ୍ତ ପାଲ ଯାମପଦର ଛକରେ ଥିବା ବନ ବିଭାଗ କର୍ମଚାରୀଙ୍କ ସହମିଶି ଆମ ପଡା ନିକଟକୁ ଯାଇଥିଲେ l ଆମ ପଡା ନିକଟସ୍ଥ ବିଲରେ ଥିବା ହାତୀ ପଲକୁ ଘଉଡ଼ାଇବା ସମୟରେ ଏକ ହାତୀ ରେଞ୍ଜର ପ୍ରଶାନ୍ତ ପlଲଙ୍କୁ ଆକ୍ରମଣ କରିଥିଲା l ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ l ତାଙ୍କୁ ବିଭାଗୀୟ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରେଞ୍ଜର ପ୍ରଶାନ୍ତ କୁମାର ପlଲଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ l ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି l ହାତୀ ଦାଉରୁ ଜନ ସାଧାରଣଙ୍କୁ ସୁରକ୍ଷା ଦେବାକୁ ଯାଇ ରେଞ୍ଜର ନିଜେ ହାତୀ ଆକ୍ରମଣ ର ଶୀକର ହୋଇଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l