ଟିଟିଲାଗଡ: (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ ୧୪ ର ଟାଙ୍ଗର ପଡ଼ା ତଳ ପଟେ ରହୁଥିବା ବାସିନ୍ଦାଙ୍କ ଦୁଃଖ କହିଲେ ନ ସରେ, ଏଠାରେ ରହୁଥିବା ଲୋକଙ୍କ ଘରକୁ ଯିବା ରାସ୍ତା ଅତି ସଙ୍କୁଚିତ ହୋଇଥିବା ରାସ୍ତା କଡ଼ରେ ନିର୍ମାଣ ହୋଇଥିବା ନାଳ ତ ଦିଶୁ ନ ଥିଲା କିନ୍ତୁ ନାଳ ଉପରେ ଅଳିଆ ଆବର୍ଜ୍ଜନା ଭର୍ତ୍ତି ହେବା ଖାଲି ଥିବା ସ୍ଥାନରେ ଅଳିଆ ଆବର୍ଜ୍ଜନା ଭର୍ତ୍ତି ହୋଇଥିବା ଦେଖିବାକୁ ମିଳୁଛି। ସେହିପରି ପିଇବା ପାଣି ପାଇପ ମଧ୍ୟ ନାଳିରେ ବୁଡି ରହୁଥିବା ଯୋଗୁଁ ଅସନା ପାଣି ପିଇବାକୁ ବାଧ୍ୟ ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି।ସେଠାକାର ଲୋକେ ପୌର ପରିଷଦକୁ ନୂତନ ନାଳ ନିର୍ମାଣ ଦାବି ସହ ଘୋଡନି ପକେଇବା ଓ ସଫା କରିବା ପାଇଁ ସ୍ଥାନୀୟ ମହିଳା ମାନେ ଦାବି କରିଛନ୍ତି।


ସେହିପରି ୱାର୍ଡ ନମ୍ବର ୧୫ ର ଶାନ୍ତିନିବାସ ଗଳି ପଛ ତଳ ପଟେ ମଧ୍ଯ ସମାନ ଅବସ୍ଥା। ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ହେଁ ଉପର ପଟେ ପୌର ପରିଷଦର ସଫେଇ କର୍ମଚାରୀ ଆସି ଉପର ପଟ ଅଳିଆ ଆବର୍ଜ୍ଜନା ଫିଙ୍ଗୁ ଥିବା ବେଳେ ତଳ ପଟେ ସଫା ନ କରିବା, ଢାଙ୍କୁଣି କାଢି ସଫା ନ କରିବା ଫଳରେ ଉପର ପଟୁ ବେଶି ପାଣି ଛାଡ଼ିଲେ ତଳ ପଟେ ଫାଙ୍କ ଥିବା ସ୍ଥାନରୁ ଅସନା ପାଣି ନିର୍ଗତ ହେବା ଯୋଗୁଁ ସ୍ଥାନୀୟ ଲୋକେ ନିଜେ ସଫା କରୁଚୁ ବୋଲି ଦୁଃଖର ସହିତ ପ୍ରକାଶ କରିଛନ୍ତି। ସରକାର ଗୋଟିଏ ପଟେ ସ୍ୱଚ୍ଛତାର ଡିଣ୍ଡିମ ପିଟୁ ଥିବା ବେଳେ ଅବହେଳିତ ଅବସ୍ଥାରେ ରହୁଛନ୍ତି ଏହି ଦୁଇ ୱାର୍ଡର ବାସିନ୍ଦା। ଏ ଦିଗରେ ଯଥା ଶୀଘ୍ର ଦୃଷ୍ଟି ଦେଇ ନିୟମିତ ସଫା କରିବାକୁ ଦାବି କରିଛନ୍ତି।