ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗଙ୍କ ମିଳିତ ସହଯୋଗରେ କଣ୍ଟାମାଳ ଉଚ୍ଚ ବିଦ୍ୟାଳୟ ଠାରେ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସୁନେତ୍ର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଣ୍ଟାମାଳ ଉଚ୍ଚ ବିଦ୍ୟାଳୟଠାରେ ତୃତୀୟ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୪୨ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ଆବଶ୍ଯକୀୟ ଚଷମା ପ୍ରଦାନ କରାଯିବା ପାଇଁ ଚୟନ କରାଯାଇଥିବା ବେଳେ ୮ ଜଣଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଉଚ୍ଚ-ଚିକିତ୍ସାଳୟକୁ ପଠେଇବା ପାଇଁ ଜଣାପଡିଛି ।
ଏହି କାର୍ଯ୍ୟକ୍ରମଟିକୁ କଣ୍ଟାମାଳ ବ୍ଲକ୍ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦୂର୍ଗା ପ୍ରସାଦ ପ୍ରଧାନ ଉଦ୍ଘାଟନ କରିଥିଲେ । କଣ୍ଟାମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡା. ଶ୍ରୀ ବଲ୍ଲଭ ପ୍ରଧାନ, ଚକ୍ଷୁ ପରିକ୍ଷକ ଶ୍ରୀ ସନ୍ତୋଷ କୁମାର ବରାଡ ଓ ମହାନଦୀ ନେତ୍ର ଚିକିତ୍ସାଳୟ, ବିରାମହାରାଜପୁରର ଚିକିତ୍ସକ ମାନେ ଆସି ପିଲାଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କଣ୍ଟାମାଳ ବ୍ଲକ ର ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀ ରାଜ କିଶୋର ସା ଓ ଶ୍ରୀ ସତ୍ୟବାନ ପ୍ରଧାନ ପରିଚାଳନା କରିଥିଲେ । ଅନ୍ତର୍ନିବେଶି ଶିକ୍ଷା ସ୍ଵେଚ୍ଛାସେବୀ ରାଜେନ୍ଦ୍ର ମହାକୁଡ ସହାୟତା ପ୍ରଦାନ କରିଥିଲେ ।