ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଓଡ଼ିଶା ମିଲେଟ୍ ମିଶନ ତରଫରୁ ଆଜି ହରଭଙ୍ଗା ବ୍ଲକ୍ ରେ ମାଣ୍ଡିଆ ରଥ ଶୁଭାରମ୍ଭ ହୋଇଯାଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର ସହଯୋଗି ସଂସ୍ଥା ଭାବରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦଘାଟାନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପତ୍ର ଯୋଗ ଦେଇ ରଥର ଶୁଭ ଉଦ୍ ଘାଟନ କରିଥିଲେ।
ସମ୍ମାନିତ ଅତିଥି ଭାବରେ ଉପ ଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର , ମୁଖ୍ୟ ଉନ୍ନୟନ ଅଧିକାରୀ ରବି ନାରାୟଣ ତ୍ରୀପାଠୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପାଣିଗ୍ରାହୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ୱପ୍ନିତା ନାୟକ, ସିଡିପିଓ ଶ୍ରୀମତୀ ମିନତି ଦେଓ , ବ୍ଲକ୍ କୃଷି ଅଧିକାରୀ ଶ୍ରୀଯୁକ୍ତ ସବ୍ୟସାଚୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ କୁ ସୁପରିଚାଳନା କରିବା ପାଇଁ ମିଲେଟ୍ ମିଶନ ହରଭଙ୍ଗା ର ବ୍ଲକ୍ ସଂଯୋଜକ ସୀତାକାନ୍ତ ସାହୁ ଙ୍କ ସମେତ ସମସ୍ତ କାର୍ମକର୍ତ୍ତା ଏବଂ ଆଦର୍ଶ କୃଷି ଉତ୍ପାଦକ ପ୍ରଡ୍ୟୁସର୍ କମ୍ପାନୀ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ସଚେତନ ରଥ ହରଭଙ୍ଗା ବ୍ଲକ୍ ର 22 ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ବୁଲିବା ସହିତ ଲୋକଙ୍କୁ ମାଣ୍ଡିଆ ଚାଷ କରିବାର ଉପକାରିତା ସହିତ ନିତିଦିନ ଖାଦ୍ୟ ଥାଳିରେ ମାଣ୍ଡିଆ ର ସ୍ଥାନ କାହିଁକି ଆବଶ୍ୟକ ଓ ମାଣ୍ଡିଆ ବିକ୍ରୟ ସୁବିଧା ବିଷୟରେ ସଚେତନ କରିବ।