ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, ପୁରୁଣା କଟକ ଠାରେ ରେ ନୂଆ. ଓ .,ଯୁବ ଓଡ଼ିଶା, ନବୀନ ଓଡ଼ିଶା ଅଧୀନ ରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ରମେଶ ଚନ୍ଦ୍ର ତାରିଣୀଆ ଙ୍କ ଅଧକ୍ଷତlରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ସାମ୍ବାଦିକ ତଥା ସମାଜସେବୀ ବିଭୁଦତ୍ତ ବୋଷ ଓ ସାମ୍ବାଦିକ ଭାଗବତ ମେହେର ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ସଦମାର୍ଗ ଦେଇଥିଲେ l ଅନ୍ୟତମ ଅତିଥିଭାବେ ମହାବିଦ୍ୟାଳୟ ର ଅଧକ୍ଷ ଲଳିତ ମେହେର, ନୋଡାଲ ଅଫିସର ଡ଼. ପ୍ରମୋଦ କୁମାର ମହାପାତ୍ର,ରଞ୍ଜିତ କୁମାର ସାମଲ, ଅଧ୍ୟାପିକା ପୂଜାରାଣୀ ଦେଓ ମଞ୍ଚାସିନ ରହି ଉକ୍ତ କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଏକ ମହତ ଯୋଜନା ଓ ଛାତ୍ର ଛାତ୍ରୀ ଙ୍କ ଲୁକାୟିତ ପ୍ରତିଭା କୁ ବିକଶିତ କରିବା ଏହି ଯୋଜନା ର ମୂଳ ଲକ୍ଷ୍ୟ ବୋଲି ମତ ଦେଇଥିଲା l
ନିମନ୍ତ୍ରିତ ଅତିଥିଭାବେ ହରଭଙ୍ଗା ବ୍ଲକ ର ଗଣ ମାଧ୍ୟମ ପ୍ରତିନିଧି କୁନା ବେହେରା, ସୁଶାନ୍ତ କୁମାର ବେହେରା, ଧିରେନ ପ୍ରଧାନ, କୁମୁଦ ଚନ୍ଦ୍ର ସାହୁ, ଅକ୍ଷୟ ମହାକୁଡ଼, ପ୍ରଭାତ ନାଏକ ପ୍ରମୁଖ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l ଲୁଣିବାହାଲ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଭାବେ ସାମ୍ବାଦିକ ଧିରେନ ପ୍ରଧାନ ଉପସ୍ଥିତ ରହି ଖେଳ ପଡିଆ ର ଉନ୍ନତି କରଣ, କଲେଜ ମୁଖ୍ୟ ରାସ୍ତା ପାର୍ଶ୍ୱ ରେ କଲେଜ ଛାତ୍ର ଛାତ୍ରୀ ଙ୍କ ପାଇଁ ବିଶ୍ରାମାଗାର , କଲେଜ ପରିସର ଓ ଖେଳ ପଡିଆ ରେ ଚୌକି ବ୍ୟବସ୍ଥା ଯଥାଶୀଘ୍ର କରାଯିବ ବୋଲି ଉଦବୋଧନ ଦେଇଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହିନ୍ଦୀ, ଆଧୁନିକ, ସମ୍ବଲପୁରୀ ର ନାଚ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗି ଙ୍କୁ ପୁରସ୍କୃତ କରାଯାଇଥିଲା!ଶେଷରେ ଅଧ୍ୟାପିକା ପୂଜା ରାଣୀ ଦେଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।