ମୁନିଗୁଡା: (ରମାକାନ୍ତ ପୋଡାଲ )ମହିଳା ସଶକ୍ତିକରଣ ଓ ମହିଳା ମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଥିବା ବେଳେ ଆଜି ଆଉ ପାଦେ ଆଗକୁ ଯାଇ ଏମ୍ବିକେ ମାନଙ୍କୁ କମ୍ପ୍ୟୁଟର ତାଲିମ ଆରମ୍ଭ କରିଛନ୍ତି । ଆଜି ରାଜ୍ୟର ସମସ୍ତ ବ୍ଲକରେ ଏହି ତାଲିମ ଉଦ୍ଘାଟନ ହୋଇଥିବା ବେଳେ ଭିଡିଓ କଫରେନ୍ସି ମାଧ୍ୟମରେ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମିଶନ ଶକ୍ତି ସଚିବ ଶ୍ରୀମତୀ ଆର ସୁଜାତା କାର୍ତ୍ତିକେୟନ ।

ଏହି ପରିପେକ୍ଷିରେ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ କାର୍ଯ୍ୟାଳୟରେ ଥିବା ଅଶ୍ୱାନ କକ୍ଷରେ ମିଶନ୍ ଶକ୍ତି ବିଭାଗ ତରଫରୁ ଆୟୋଜନ କରିଥିବା ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ କୁମାର ତନ୍ତୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣୃକା, ଉପାଧ୍ୟକ୍ଷ ଆଦର୍ଶ କୁସୁଲିଆ, ସିଡ଼ିପିଓ ଡାଳିମ୍ବ ନାୟକ, ଓଏଲ ଏମର ବିପିଏମ କ୍ଷୀରୋଦ ଚନ୍ଦ୍ର ଭୂଇଁଆ, ମିଶନ୍ ଶକ୍ତିର ବିପିଶି ସାମନ୍ତ ଦିଗାଲ, ହାଇଟେକ କମ୍ପ୍ୟୁଟର ତାଲିମ କେନ୍ଦ୍ରର ପରିଚାଳକ ଗଣେଶ ପ୍ରସାଦ ପାତ୍ର, ନାଇସେଟ୍ ର ପରିଚାଳକ କାର୍ତ୍ତିକେଶ୍ୱର ଗୌଡ, ବିଏଲସି ମନୋହର ଗାଜିବିଲି, ବିପିଏ ଅଖିଳ ନାୟକ, ସମସ୍ତ ପଞ୍ଚାୟତର ଏମ୍ୱିକେ ମା ମାନେ ଓ ବ୍ଲକ୍ ସ୍ତରୀୟ ମହାସଙ୍ଘ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଓକାକ୍ ଓ ଓକେସିଏଲ୍ ମିଳିତ ଭାବେ ଏହି ତାଲିମ ଆୟୋଜନ କରିଥିବା ବେଳେ ଏହା ଆସନ୍ତା କାଲି ଠାରୁ ୨୦ ଦିନ ଧରି ଚାଲିବ । ଏହି ତାଲିମ ଦ୍ବାରା ଏମ୍ବିକେ ମାନେ କମ୍ପ୍ୟୁଟର, ବେସିକ୍ ଏକାଉଣ୍ଟ ଓ ଇ-ଗଭର୍ନାନ୍ସ ବିଷୟରେ ତାଲିମ ନେବେ । ଯାହା ଫଳରେ ଏମ୍ଵିକେ ମାନଙ୍କର କାର୍ଯ୍ୟ ଶୈଳୀରେ ସରଳତା ଆସିବା ଲକ୍ଷ୍ୟରେ ଏହି ତାଲିମ ଆୟୋଜନ କରାଯାଇଛି। ଏହା ବ୍ୟତୀତ ସମସ୍ତ ଏମମ୍ବିକେ ମା ମାନଙ୍କୁ ଗୋଟିଏ ଲେଖାଏଁ ଲାପଟପପ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା କହିଛନ୍ତି ମିଶନ ଶକ୍ତି ସଚିବ ।