ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ବଜାର ଆସୋସିଏସନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ବଣିକ ସଂଘ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ତିଲେଶ୍ବର କପ ୨୦ ବର୍ଷରେ ପଦାର୍ପଣ କରୁଥିବାରୁ କିପରି ଚିତାକର୍ଷକ ହେବ ସେନେଇ ଆଲୋଚନା ହୋଇଥିଲା । ଚଳିତ ମାସ ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଖେଳ ଅନୁଷ୍ଠିତ ହେବ ।

ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ବଛା ବଛା ଦଳ ଭାବ ନେବା ନେଇ ଆଲୋଚନା ହୋଇଥିଲା । ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ପାଇଁ ବଜାର ଆସୋସିଏସନର ସ୍ଥାୟୀ କମିଟି ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ଅର୍ଜୁନ ପ୍ରଧାନ, ଉପସଭାପତି ଭାବେ ବିଜ୍ଞାନ କର୍ଣ୍ଣ, ସମ୍ପାଦକ ଭାବେ ଶୁଭ୍ରଜିତ ପ୍ରଧାନ, ସହ ସମ୍ପାଦକ ଭାବେ ପ୍ରବୀଣ କୁମାର ବେହେରା, କୋଷାଧକ୍ଷ ଭାବେ ଚିକୁ ମହାନ୍ତି, କ୍ରୀଡା ସମ୍ପାଦକ ଭାବେ ବିକାଶ ରଞ୍ଜନ ମିଶ୍ର, ସାଂସ୍କୃତିକ ସମ୍ପାଦକ ଭାବେ ନାରାୟଣ ମହାନ୍ତି ପ୍ରମୂଖକୁ ଚୟନ କରାଯାଇଛି ।

ଉପଦେଷ୍ଟା ମହେଶ୍ୱର ମହାପାତ୍ର, ବିଜୟ କର୍ଣ, ପ୍ରମୋଦ ବେହେରା ଙ୍କ ଉପସ୍ଥିତିରେ କମିଟି ଚୟନ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଅଞ୍ଚଳର ଫୁଟବଲ ଖେଳାଳି ମାନଙ୍କୁ ପ୍ରତ୍ସାହିତ କରିବା ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ଏକ ଦଳକୁ ସଂଗଠିତ କରି ଟୁର୍ଣ୍ଣାମେଣ୍ଟ ଅଂଶ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଭୁବନେଶ୍ୱର, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ, ସୋନପୁର, ବୌଦ୍ଧ , ସମ୍ବଲପୁର ଆଦି ରାଜ୍ୟ ସ୍ତରର ଟିମ ଅଂଶ ଗ୍ରହଣ କରିବେ । ଶେଷରେ ସିମୁନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।