ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଗରୀବ ପରିବାରଙ୍କ କିପରି ମୁଣ୍ଡ ଉପରେ ପକ୍କା ଘର ହୋଇ ପାରିବ ସେ ଯୋଜନା ନେଇ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାର ବ୍ୟବସ୍ଥା କରିଥିଲେ। ଏବଂ ଏହି ଯୋଜନାରେ ୨୦୨୩ ମସିହା ଶୁଦ୍ଧା ସମସ୍ତ କଚ୍ଚା ଘର ପକ୍କା ହେବ ବୋଲି ଦୃଢ଼ ପ୍ରତିଶୃତି ଦେଇ ଥିଲେ।
କିନ୍ତୁ ଏହି ଯୋଜନାରେ ବ୍ୟାପକ ଅନିୟମିତତା ଓ ପ୍ରୀୟ।ପ୍ରିତି ତୋଷଣ ଯୋଗୁଁ ଯୋଗ୍ୟ ହିତାଧୀକ।ରୀଙ୍କୁ ତାଲିକାରୁ ବାଦ୍ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଦଳୀୟ ଭିତ୍ତିରେ ଘର ଦିଆଯାଉଥିବା ପ୍ରତିବାଦରେ ଆଜି ସକାଳ ପ୍ରାୟ ୧୨ ଟା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ପରିଷଦ, ବୌଦ୍ଧ ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡିଥିବା ହିତାଧିକାରୀ ମହାସଂଘ ବୌଦ୍ଧ ପକ୍ଷରୁ ବିଭିନ୍ନ ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୌଦ୍ଧ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି l ସାମାଜିକ କର୍ମୀ ଧର୍ମୁଧର ପୋଢଙ୍କ ନେତୃତ୍ବରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସ୍ଥାୟୀ ତାଲିକାରୁ ବାଦ ପଡ଼ିଥିବା ବିଭିନ୍ନ୍ ଗ୍ରାମ ପଞ୍ଚାୟତର ହିତାଧିକାରୀ ମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି |
ଯୋଗ୍ୟ ହିତାଧିକାରୀ ମାନଂକ ନାମ କାଟି କରାଯାଇଥିବା ତ୍ରୁଟି ପୁର୍ଣ୍ଣ ତାଲିକାକୁ ସଂଶୋଧନ କରି ଯୋଗ୍ୟ ହିତାଧିକାରୀ ମାନଂକ ନାମ ସ୍ଥାୟୀ ତାଲିକାରେ ସାମିଲ୍ ପାଇଁ ଆନ୍ଦୋଳନକାରୀ ମାନେ ଦାବୀ କରିଛନ୍ତି | ତାଙ୍କ ଦାବିକୁ ବ୍ଲକ୍ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଗ୍ରହଣ ନ କରିବା ପର୍ଯ୍ୟନ୍ତ୍ ସେମାନେ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧାରଣା ଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି |ଏହି ଧାରଣାରେ ବୌଦ୍ଧ ବ୍ଳକର ୨୩ ଟି ପଞ୍ଚାୟତର ମହିଳା ଓ ପୁରୁଷ ସାମିଲ ଥିଲେ।