ସମ୍ବଲପୁର/ଭୁବନେଶ୍ବର :ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ ମଙ୍ଗଳବାର ରାତିରେ ନବଜାତ ଶିଶୁକନ୍ୟାକୁ ପରିତ୍ୟକ୍ତ ନଳକୂପ ଭିତରୁ ସୁରକ୍ଷିତ ଭାବେ ନବଜାତକ ଉଦ୍ଧାର ହୋଇଛି ଏବଂ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଉଦ୍ଧାରକାରୀ ଦଳ ଜୀବିତ ଅବସ୍ଥାରେ ଉଦ୍ଧାର ନବଜାତକକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।
ଉଦ୍ଧାର କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାରକାରୀ ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି।ଆଜି ଅପରାହ୍ଣ ୩ଟା ବେଳେ ଏକ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ବୋରୱେଲରୁ ନବଜାତକର କୁଆଁ କୁଆଁ କାନ୍ଦିବା ଶବ୍ଦ ଶୁଣିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଏ ନେଇ ତୁରନ୍ତ ଅଗ୍ନିଶମ ବାହିନୀ, ପୁଲିସ ଏବଂ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ୮ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର ଭାବେ ନବଜାତକକୁ ଉଦ୍ଧାର ପାଇଁ ଲାଗିପଡ଼ିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ୍ରାଫ୍, ଅଗ୍ନିଶମବାହିନୀ, ମେଡିକାଲ ଟିମ୍ ଓ ଉଦ୍ଧାରକାରୀ ଟିମ୍ର ଅନ୍ୟ ସଦସ୍ୟ ତଥା ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ସେ କହିଛନ୍ତି। ଦୀର୍ଘ ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନବଜାତ ଶିଶୁକୁ ଉଦ୍ଧାର କରାଯାଇପାରିଛି। ନବଜାତ ଶିଶୁ ପ୍ରାୟ ୨୦ରୁ ୨୫ ଫୁଟ୍ ଗଭୀର ନଳକୂଅରେ ପଡ଼ିଥିଲା। ଏହି ଉଦ୍ଧାର କାର୍ଯ୍ୟ ମୋତେ ବହୁତ ଆନନ୍ଦ ଦେଇଛି। ନବଜାତ ଶିଶୁକନ୍ୟାର ଦୀର୍ଘାୟୁ କାମନା କରିଛି। ପ୍ରଭୁ ଜଗନ୍ନାଥ ତାକୁ ଆଶୀର୍ବାଦ ଦିଅନ୍ତୁ।