
୬୬୦ ଜଣ ହିତାଧିକାରୀ ଙ୍କୁ ୨ କୋଟି ୯୯ ଲକ୍ଷ ରୁ ଉର୍ଦ୍ଧ ରାଶି ବଣ୍ଟନ
ହରଭଙ୍ଗା :୧୩/୧୨ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୂର ସ୍ଥାୟୀ ନର୍ସରୀ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ଜିଲ୍ଲାର ହରଭଙ୍ଗା ବ୍ଲକ ର ହିତାଧିକାରୀ ଙ୍କୁ ବଣ୍ଟନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପାନୀୟ ଜଳ, ପଞ୍ଚାୟତରାଜ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉପସ୍ଥିତ ରହି ଶୁଭଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ ରାଜ୍ୟ ବୟାନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ ଉପସ୍ଥିତ ରହିଥିଲେ l
ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର ହରଭଙ୍ଗା ବ୍ଲକ ର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ସାମିଲଥିବା ୩୭୮ ଜଣ ଙ୍କୁ ବିବାହିତା ସହାୟତା ରାଶି ୧ କୋଟି ୭୯ ଲକ୍ଷ,୧୫ ହଜାର,ମୃତ୍ୟୁ କାଳୀନ ୫୫ ଜଣଙ୍କୁ ୧ କୋଟି ୭ ଲକ୍ଷ, ଶିକ୍ଷା ସହାୟତା ରାଶି୧୬୮ ଜଣଙ୍କୁ ୯ ଲକ୍ଷ ୫୬ ହଜାର,ଅନ୍ତେଷ୍ଟି କ୍ରିୟା ସହାୟତା ରାଶି ୫୨ ଜଣ ହିତାଧିକାରୀଙ୍କୁ ୨ ଲକ୍ଷ ୬୦ ହଜାର ଓ ପ୍ରସୂତି କାଳୀନ ସହାୟତା ରାଶି୭ ଜଣଙ୍କୁ ୭୦ ହଜାର ମୋଟ ୬୬୦ ଜଣ ହିତାଧିକାରୀ ଙ୍କୁ ୨ କୋଟି ୯୯ ଲକ୍ଷ ୧୦୦୦ ଟଙ୍କା ଡେମୋ ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି l ତତ ସହିତ ୧୫୦ ଜଣ ନୂତନ ନିର୍ମାଣ ଶ୍ରମିକ ହିତାଧିକାରୀ ନୂତନ ପରିଚୟ ପତ୍ର ପ୍ରଦାନ କରାଯାଇଛି l