ଭବାନୀପାଟଣା :୧୩/୧୨(ନରେନ୍ଦ୍ର ନେଗୀ)ପାରିବାରିକ କଳହକୁ କେନ୍ଦ୍ରକରି ସ୍ୱାମୀ ତା ସ୍ତ୍ରୀକୁ ହତ୍ୟା କରିଛି l ଏଭଳି ଏକ ଅଭାବନୀୟ ହତ୍ୟା କାଣ୍ଡ ଘଟିଛି କଳାହାଣ୍ଡି ଜିଲ୍ଲା ସଦର ଥାନା ଗୋଇପିଟା ଗ୍ରାମରେ lସୂଚନାନୁଯାୟୀ, କୌଣସି କଥାକୁ ନେଇ ଗୋଇପିଟା ଗ୍ରାମର ମୋହନ ଭାଟି ଏବଂ ତାଙ୍କ ସ୍ତ୍ରୀ ମିନାଙ୍କ ମଧ୍ୟରେ ବଚସା ହୋଇଥିଲା l ସେଥିରେ ଉତ୍ତକ୍ତ୍ୟ ହୋଇ ମୋହନ ତାଙ୍କ ସ୍ତ୍ରୀ ମୀନାଙ୍କୁ ଏକ ଟାଙ୍ଗିଆରେ ହାଣି ଦେଇଥିଲେ l ଫଳରେ ଘଟଣା ସ୍ଥଳରେ ମୀନା ଭାଟି (୪୭ )ଙ୍କ ମୃତ୍ୟୁ ହୋଇଥିଲା l ବୁଧବାର ପାହାନ୍ତିଆରେ ଏହି ଘଟଣା ଘଟିଥିଲା l

ଗ୍ରାମବାସୀ ଏ ସମ୍ପର୍କରେ ଭବାନୀପାଟଣା ସଦର ପୋଲିସଥାନା କୁ ଜଣାଇଥିଲେ l ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ କରିବା ସହ ଅଭିଯୁକ୍ତ ମୋହନକୁ ଗିରଫ କରିଛ l ମୃତ ଦେହ ଉଦ୍ଧାର କରିବା ପରେ ଡାକ୍ତର ଖାନରେ ବ୍ୟବଛେଦ କରାଯାଇଛି l ପୋଲିସ ଏକ ମାମଲା ୪୯୫ /୨୦୨୩  ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି l