କାଶୀପୁର;( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବିଭିନ୍ନ ପଞ୍ଚାୟତରେ ପ୍ରଥମ କରି ଲାଗିଛି ଲାଲବାହିନୀ ମାଓ ପୋଷ୍ଟର।ଏହି ଭଳି ଭାବେ କାଶୀପୁରସ୍ତିତ ନକଟି ଗୁଡ଼ି ମନ୍ଦିର, ମାଣ୍ଡିବିଶି GP ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟଠାରେ, ଶୁଙ୍ଗେର, ସିନ୍ଧୁର ଘାଟି GP ସିଆଡିମାଳ ନିକଟରେ ଆଜି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।ଠିକ ଏହି ପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କେରପାଇ GP ସ୍ତିତ ଏବଂ ସର୍ଗିପଦର ଗ୍ରାମଠାରେ ମଧ୍ୟ ଆଜି ମାଓ ପୋଷ୍ଟର ଲାଗିଥିବା ସୂଚନା ମିଳିଛି।
ଲାଗିଥିବା ପୋଷ୍ଟର ରେ ପ୍ରଶାସନ, ପୋଲିସ ଓ ଅଞ୍ଚଳର ରାଜନେତା ପ୍ରମୁଖଙ୍କ ସମେତ ଆଗାମୀ ନିକଟ ଭବିଷ୍ୟତରେ ହେବାକୁ ଥିବା ଅଞ୍ଚଳର ଖଣି ଖନନକାରି ଶିଳ୍ପାନୁଷ୍ଠାନ ମାନଙ୍କୁ ପ୍ରଶ୍ନ କଲାଭଳି ପୋଷ୍ଟର ମାଧ୍ୟମରେ ଲେଖାଯାଇଛି। ଯେଉଁଥିରେ ଶାସକ ପ୍ରଶାସକ, ବିଭିନ୍ନ ରାଜନୀତି ଦଳୀୟ, ପୋଲିସ ଓ କିଛି ଶିଳ୍ପାନୁଷ୍ଠାନ ଦ୍ୱାରା ହୋଇଥିବା କାର୍ଯ୍ୟକଳାପ କୁ କେନ୍ଦ୍ରିତ କରାଯାଇଛି।
ପୋଷ୍ଟର ଠାରେ ସିପିଆଇ ବା. ଘୁ. ନା ନାମରେ ଏକ ମାଓ ଡିଭିଜନ ବୋଲି ଉଲ୍ଲେଖ ଦେଖିବାକୁ ମିଳୁଛି।ଘଟଣାକୁ କେନ୍ଦ୍ର କରି ପୋଲିସ ସମସ୍ତ ସ୍ଥାନରେ ପହଞ୍ଚି ଲାଗିଥିବା ପୋଷ୍ଟର ଓ ବ୍ୟାନେର କୁ ଜବତ କରିନେଇଛି ଏବଂ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।