କେସିଙ୍ଗା ; (ପ୍ରୀତେଶ ପଟେଲ)ଗତ ଡିସେମ୍ବର ୧ ତାରିଖ ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗାବ୍ଲକ ତୁଣ୍ଡଲା ଗ୍ରାମର ଅଶୋକ କୁମାର ଭୋଇ ଙ୍କ ଠାରୁ ନିଜ ଘର ସମ୍ମୁଖ ରୁ ଦୁଇ ଜଣ ଦୂର୍ବୁର୍ତ ତିନି ଲକ୍ଷ ଟଙ୍କା ନେଇ ଚଂପଟ ମାରିବା ଘଟଣାରେ କେସିଙ୍ଗା ପୋଲିସ ର ବଡ଼ ସଫଳତା ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ପୋଲିସ ସଫଳ ହେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଅଶୋକ କୁମାର ଭୋଇ ଠିକା ରେ ହିଟାଚି କମ୍ପାନୀ ର ଏକ ଗ୍ରାମାଞ୍ଚଳ ଏ ଟି ଏମ୍ କେସିଙ୍ଗା ବ୍ଲକ ତୁଣ୍ଡଲା ଗ୍ରାମରେ କରି ଚଲୁ ଥିଲେ ଗତ ଡିସେମ୍ବର ୧ ଦିନ କେସିଙ୍ଗା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ନିଜ ଏ ଟି ଏମ୍ ପାଇଁ ୩ ଲକ୍ଷ ଟଙ୍କା ନେଇ କେସିଙ୍ଗା ରୁ ପ୍ରାୟ ୨୦ କିମି ନିଜ ଗାଆଁ ତୁଣ୍ଡଲା କୁ ଯାଇଥିଲେ ଓ ନିଜ ଘର ସମ୍ମୁଖରେ ମଟର ସାଇକଲ ରଖି ଡିକି ରୁ ତିନି ଲକ୍ଷ ଟଙ୍କା କାଢି ଯିବାବେଳେ କଲା ରଙ୍ଗର ପଲସର୍ ରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ମୁଥ ମରାମରି କରି ଅଶୋକ ଙ୍କ ଠାରୁ ତିନି ଲକ୍ଷ ଟଙ୍କା ନେଇ ମଦନପୁର ରାମପୁର ଆଡ଼କୁ ପଲାଇ ଥିବା ଅଶୋକ ପ୍ରକାଶ କରିଛନ୍ତି।
ଏନେଇ ସେ କେସିଙ୍ଗା ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଅଭିଯୋଗ ପାଇଲା ପରେ ନିଜେ କେସିଙ୍ଗା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର କେସ ନେଇ ବ୍ୟଙ୍କ ସି ସି ଟିଭି ଫୁଟେଜ ରୁ ସୁରାଗ ପାଇ ଗଞ୍ଜାମ ଜିଲ୍ଲା ଆସ୍କା ଜାଇ ଆସ୍କା ପୋଲିସ ସହାୟତାରେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।
ଜଣେ ଅଭିଯୁକ୍ତ ନାବାଳକ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ର ନାମ ଅଜନା ରାଓ(୩୨) ବୋଲି ପୋଲିସ ପ୍ରକାଶ କରିଛି ଦୁଇ ଜଣ ଅଭିଯୁକ୍ତ ଆସ୍କା ଥାନା ପାକଳାପାଲି ଗ୍ରାମ ର ବୋଲି ପୋଲିସ ପ୍ରକାଶ କରିଛି। ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ଦେଢ଼ ଲକ୍ଷ ଟଙ୍କା ସହ ଗୋଟିଏ ମୋବାଇଲ ଓ ଚୋରି ରେ ବ୍ୟବହୃତ ହୋଇଥିବା କଳା ରଙ୍ଗର ଆପାଚି ନ OD05AG1809 ନମ୍ୱର୍ ଗାଡ଼ିକୁ ଜବତ କରିଛି କେସିଙ୍ଗା ପୋଲିସ କେସ ନ ୪୪୩/୨୩ ରେ ନାବାଳକ ଅଭିଯୁକ୍ତ କୁ ଭବାନୀପାଟଣା ଯୁଭିନାଇଲ କୋର୍ଟ କୁ ଚାଲାଣ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ କୁ କେସିଙ୍ଗା କୋର୍ଟ କୁ ଚାଲାଣ କରିଥିବା ଜଣାପଡିଛି।